କଟକ ସଦର, ୨୬ /୯/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦରର ପୂର୍ବତନ ବିଜେଡ଼ି ବିଧାୟକ ଚନ୍ଦ୍ର ସାରଥି ବେହେରା ଓ ପୂର୍ବତନ ବିଜେଡ଼ି ସାଂସଦ ତଥା ବର୍ତମାନର ବିଜେପି ସାଂସଦ ଭତୃହରି ମହତାବ ଙ୍କ ପକ୍ଷରୁ ଦିଆଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ବିନିଯୋଗ ନହୋଇ ଦୀର୍ଘ ଦିନ ହେଲା କାହା ସ୍ୱାର୍ଥରେ ପଡ଼ିରହିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁଥିପାଇଁ ତୀବ୍ର ପ୍ରତିକ୍ରିୟା ମଧ୍ୟ ଦେଖାଦେଇଛି। ପ୍ରକାଶ ଯେ ଆବଶ୍ୟକତା ଦୃଷ୍ଟିରୁ ଲୋକଙ୍କ ମୈ।ଳିକ ସମସ୍ୟାର ସମାଧାନ ପାଇଁ ଉଭୟ ପୂର୍ବତନ ବିଧାୟକ ଓ ସାଂସଦ ସେମାନଙ୍କ ହାତପାଣ୍ଠି ରୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ବିଭିନ୍ନ ପ୍ରକଳ୍ପ ପାଇଁ ପୈଠ କରିଥିବା ଜଣାପଡିଛି । ହେଲେ ସରକାର ପରିବର୍ତନ ହେବା ସହିତ ବିଧାୟକ ପରିବର୍ତନ ହୋଇଥିଵା ବେଳେ ସେହି ସାଂସଦ ବିଜେପି ରୁ ପୁଣି ଵି ନିର୍ବାଚିତ ହେଲେ। କିନ୍ତୁ ରାଜନୈତିକ ଅଭିସନ୍ଧି ପାଇଁ କିମ୍ଵା ଡିଲ୍ ରେ କିଛି ବ୍ୟତିକ୍ରମ ଦେଖାଦେଉଥିବା ରୁ ଉକ୍ତ ଅନୁଦାନ ସବୁ ପଡିରହିଥିବା ଅଭିଯୋଗ ହେଉଛି। ଜନସାଧାରଣଙ୍କ ହିତ ଦୃଷ୍ଟିରୁ ରାଜ୍ୟ ଵିଜେପି ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଯଦି ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଯାଏ ତେବେ ବ୍ଲକ୍ ପ୍ରଶାସନ ବିରୁଦ୍ଧରେ ଜନସ୍ୱାସ୍ଥ୍ୟ ମାମଲା ରୁଜୁ କରାଯିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।
କଟକ ସଦର ବ୍ଲକ୍: ପୂର୍ଵ ବିଧାୟକ ଓ ସାଂସଦଙ୍କ ଅନୁଦାନ ପଡ଼ିରହିଛି କାହା ସ୍ୱାର୍ଥରେ, ଅସନ୍ତୋଷ ବୃଦ୍ଧି ପାଉଛି
