ବାଲିଗୁଡ଼ାରେ ପହଞ୍ଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ 

ବାଲିଗୁଡ଼ା,୧୨/୦୪/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପହଁଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ପାଇଁ ବାଲିଗୁଡା ଉପଜିଲ୍ଲାପାଳ ଡ଼.ରୀନା ପ୍ରଧାନନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୁଇଟି ଷ୍ଟ୍ରଙ୍ଗ୍ ରୁମରେ ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ ରଖାଯାଇଛି । କଡ଼ା ସୁରକ୍ଷା ବଳୟରେ ବାଲିଗୁଡ଼ା ପାଇଁ  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ଜି. ଉଦୟଗିରି ପାଇଁ ଆଦିବାସୀ ମହାବିଦ୍ୟାଳୟ ପରିସର ଷ୍ଟ୍ରଙ୍ଗ୍ ରୁମରେ ରଖାଯାଇଛି । ଆଗାମୀ ସାଧାରଣ  ନିର୍ବାଚନରେ ଅବାଧ, ନିରପେକ୍ଷ,ନିର୍ଭୁଲ ଓ ନିର୍ଭିକ ଭାବରେ ଯେଭଳି ଭୋଟର ମତ ସାବ୍ୟସ୍ତ କରିବେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ଜାରୀ ରହିଛି । ଏଥି ସହିତ ସମସ୍ତ ବୁଥରେ କିଭଳି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ତାହାକୁ ମଧ୍ୟ ଗୁରୁତ୍ବ ଦେଉଛି ପ୍ରଶାସନ । ସେପଟେ ଷ୍ଟ୍ରଙ୍ଗ୍ ରୁମରେ ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ ରଖିବା ସମୟରେ ଉପଜିଲ୍ଲାପାଳଙ୍କ ସମେତ ବାଲିଗୁଡ଼ା ତହସିଲଦାର, ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ଏବଂ ନିର୍ବାଚନ ଦାୟିତ୍ବରେ ଥିବା ସମସ୍ତ ଅଧିକାରୀଙ୍କ ଉପସ୍ଥିତରେ ମେସିନ ଗୁଡିକ ରଖାଯାଇଛି ।

Leave a Reply

Your email address will not be published. Required fields are marked *