ନିଶ୍ଚିନ୍ତକୋଇଲି ରେ ଅବକାରୀ ଚଢ଼ାଉ : ବିପୁଳ ନକଲି ମଦ ଜବତ

ନିଶ୍ଚିନ୍ତକୋଇଲି,୨୬/୯/୨୦୨୪(ଓଡିଶା ସମାଚାର/ଅଭୟ ଜେନା)-କଟକ ଜିଲା ନିଶ୍ଚିନ୍ତକୋଇଲି ବଜାରରେ ଥିବା ଏସଆର ବାର୍ ଉପରେ କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଏକ ୧୦ ଜଣିଆ ଟିମ୍ ଏହି ଚଢ଼ାଉ ରେ ଅଂଶଗ୍ରହଣ କରିଥିଲେ । ଏହି ସରକାରୀ ମଦ ବାର୍ ବିରୁଧରେ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା । ଆଜି  ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଏହି ବାର ଉପରେ ଅଚାନକ   ଚଢ଼ାଉ କରାଯାଇଥିଲା । ଏହି ବାର୍ ରୁ ବିପୁଳ ନକଲି ମଦ, ବୋତଲ ଠିପି, ଷ୍ଟିକର ଆଦି ଅବକାରୀ ବିଭାଗ ଜବତ କରିଛି । ଅବକାରୀ ବିଭାଗ ଡେପୁଟି କମିଶନର ଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଅଧିକାରୀ ମାନେ ସକାଳୁ ଭଦ୍ରେଶ୍ୱର ଥାନା  ଗୋତରା ପଞ୍ଚାୟତ ଅପିଲ ଗ୍ରାମରୁ ବିପୁଳ ପରିମାଣର ନକଲି ମଦ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖି କେନ୍ଦୁପାଟଣାସ୍ଥିତ ଅବକାରୀ କାର୍ୟ୍ୟାଳୟରେ ତଦନ୍ତ ଚଳାଇ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *