କଟକ ସଦର,୧୦/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ବୁଧବାର ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଭୁବନେଶ୍ବରର ଅଗ୍ରଣୀ ‘ମିଟସ୍ ସ୍କୁଲ ଅଫ୍ ଵାୟୋଟେକ୍ନୋଲୋଜି’ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡ଼ଃ ଜି କେ ପଣ୍ଡା ଙ୍କ ପୌରୋହିତ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବିଶିଷ୍ଟ ମନୋବିଜ୍ଞାନ ବିଶେଷଜ୍ଞ ପ୍ରଫେସର ଡଃ ସଦାଶିବ ମହାପାତ୍ର ଯୋଗ ଦେଇ ଆତ୍ମହତ୍ୟାର ବୈଜ୍ଞାନିକ କାରଣ ଓ ଲକ୍ଷଣ ଗୁଡିକ ଉପରେ ଅବତାରଣା କରିବା ସହିତ ସୁସ୍ଥ ମାନସିକ ସମାଜ ଗଠନ ତଥା ଛାତ୍ର ଛାତ୍ରୀ ଙ୍କ ସାମଗ୍ରୀକ ମନସ୍ତାତ୍ତ୍ୱିକ ବିକାଶ କିପରି ହୋଇପାରିବ ସେଦିଗରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଅଧ୍ୟାପକ/ ଅଧ୍ୟାପିକା ସହାୟତା କରିଥିଲେ।
