୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ

                                    ୨୪୭ ଗ୍ରାମ ବ୍ରାଉନ ସୁଗାର,୨ ଟି ମୋବାଇଲ, ୨ ଲକ୍ଷ ଟଙ୍କା ଏବଂ  ସ୍କର୍ପିଓ ଗାଡି   ଜବତ
କଟକ,୧୨/୦୩/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଚାଉPoliceଳିଆଗଞ୍ଜ ପୋଲିସ ପନ୍ଝାରେ ଦୁଇ ଜଣ ବ୍ରାଉନ ସୁଗର ବେପାରୀ। କଲିକତା ରୁ ଆଣି ଖୋର୍ଦ୍ଧା ଚାଲାଣ ବେଳେ କଟକ କାଳିଆବୋଦା ଠାରେ ଏହି ବେପାରୀଙ୍କୁ କାବୁ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ୨୫୭ ଗ୍ରାମ ବ୍ରାଉନ ସୁଗର୍ ଜବତ କରିବା ସହିତ ଦୁଇ ଜଣ ବ୍ରାଉନ ସୁଗର ବେପାରୀ ଙ୍କୁ ଗିରଫ କରି ଏକ ସ୍କର୍ପିଓ ଗାଡି କୁ ମଧ୍ୟ ଜବତ କରିଛି ଚାଉଳିଆଗଞ୍ଜ ପୋଲିସ। ଜବତ ବ୍ରାଉନ ସୁଗାର ର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଦୁଇ ବ୍ରାଉନ ସୁଗର ବେପାରୀ କୋଲକାତା ର ବୋଲି ଅତିରିକ୍ତ ଡ଼ିସିପି ଅନିଲ ମିଶ୍ର କହିଛନ୍ତି ।
ନିର୍ବାଚନ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକ ସହରର ବିଭିନ୍ନ ଜାଗାରେ ନାଇଟ ବ୍ଲକିଂ ଚାଲିଛି । ଗତକାଲି ରାତିରେ ନାଇଟ ବ୍ଲକିଂ ଚାଲିଥିବା ସମୟରେ କମିଶନରେଟ ପୋଲିସ ଦୁଇ ଜଣ ବ୍ରାଉନ ସୁଗର ବେପାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାଇ ଗତକାଲି ରାତିରେ କଟକ ଚାଉଳିଆଗଞ୍ଜ ଥାନା ଅଂଚଳରେ ଥିବା କାଳିଆବୋଦା ଠାରେ ନାଇଟ ବ୍ଲକିଂ ସମୟରେ ଗୋଟିଏ ସ୍କର୍ପିଓ ରେ ଦୁଇ ଜଣ ବ୍ୟକ୍ତି ଆସୁଥିଲେ । ଚାଉଳିଆଗଞ୍ଜ ପୋଲିସ ସେମାନଙ୍କ ଗାଡି ତଲାସି କଲାବେଳେ ସେ ଦୁଇ ଅଭିଯୁକ୍ତଙ୍କ ପାଖରୁ ୨୪୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା । କେବଳ ସେତିକି ନୁହେଁ ସେମାନଙ୍କ ପାଖରୁ ୨ ଟି ମୋବାଇଲ, ୨ ଲକ୍ଷ ଟଙ୍କା ଏବଂ ଆସୁଥିବା ସ୍କର୍ପିଓ ଗାଡିକୁ ମଧ୍ୟ ପୋଲିସ ଜବତ କରିଛି । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ୱେଷ୍ଟବେଙ୍ଗଲର ମୁର୍ସିଦାବାଦ ଅଞ୍ଚଳର । ଜଣଙ୍କ ନାମ ହେଉଛି ଈଶ୍ୱର ମହାନା ଏବଂ ଅନ୍ୟଜଣଙ୍କ ହେଉଛନ୍ତି ବୁଧୁ ରାଏ । ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ହେଉଛି ୨୫ ଲକ୍ଷ ୭୦ ହଜାର ଟଙ୍କା ହେବ । ଆମକୁ ପୂର୍ଵରୁ ବ୍ରାଉନ ସୁଗାର ଏହି ବାଟ ଦେଇ ଯିବାର ସୂଚନା ମଧ୍ୟ ଥିଲା । ଯଦି ଅଧିକ ତଦନ୍ତର ଆବଶ୍ୟକ ପଡେ ତାହେଲେ ଆମେ ଏହି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚାର ଉଚରା କରିବୁ ବୋଲି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *