ଜନ୍ମ ମାଟିରେ ୧୪୨ ତମ ଗଣକବି ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ମାହାଙ୍ଗା,୨୬/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)-ଗଣକବି ବୈଷ୍ଣବ ପାଣିଙ୍କ  ୧୪୨ ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ରଘୁନାଥ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, ବରିଷ୍ଠ ନାଗରିକ ରାମଚନ୍ଦ୍ର ମହାପାତ୍ର,ନିରଞ୍ଜନ ମୁଦୁଲି, ଶିକ୍ଷକ ହୃଷିକେଶ ବେହେରା, ସୁଧାଂଶୁ ପାଣି, ନଗେନ ବେହୁରା, କେଦାରେଶ୍ୱର ପୁହାଣ, ଜିତେନ୍ଦ୍ର ମହାନ୍ତି, ଉମେଶ ଚନ୍ଦ୍ର ରାଉତ, ପ୍ରଭାତ କୁମାର ଘଡେଇ, ଖଗେଶ୍ୱର ସାହୁ, ବାସୁଦେବ ପୃଷ୍ଟି, ଗୌରୀଶଙ୍କର ମହାପାତ୍ର, ଜୟଦେବ ମହାନ୍ତି, ଅଜୟ ସ୍ୱାଇଁ, କ୍ଷୀରୋଦ ଦାଶ, ଜଗନ୍ନାଥ ପଣ୍ଡା, ସୁଲଭ ସେଠୀ, ଭରତ ବିହାରୀ, ସନ୍ତୋଷ ରାଉତ, ପ୍ରିୟରଞ୍ଜନ ଦାସ, ବିମ୍ବାଧର ସାହୁ, ରଞ୍ଜନ ପୃଷ୍ଟି, ଅନିଲ ଓଝା,ସୁଶାନ୍ତ ନନ୍ଦ,ସୂର୍ଯ୍ୟମଣି ଧଳ, ବିଚିତ୍ର ମହାନ୍ତି, ବିଦ୍ୟାଧର ବେହେରା,ବାବାଜୀ ସାହୁ, ଅଭୟ ସାହୁ, ନିହାରିକା ମହାନ୍ତି, ସନ୍ତୋଷ ସ୍ୱାଇଁ, ବିଜୟ ପୃଷ୍ଟି ଏବଂ ବାସବ ବେହେରା ପ୍ରମୁଖ ବହୁ ସାହିତ୍ୟ ସଂସ୍କୃତି ପ୍ରେମୀ ବ୍ୟକ୍ତିମାନେ ଯୋଗଦେଇଥିଲେ । ଆସନ୍ତା ଅକ୍ଟୋବର ୧୭ ଓ ୧୮ ତାରିଖ ୨ ଦିନ ବ୍ୟାପୀ ଜନ୍ମମାଟି କୋଠପଦା ଠାରେ ଗଣକବିଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ । କୁମାର ପୂର୍ଣ୍ଣିମା ସକାଳେ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବକୁ ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଏବଂ କଟକ ଜିଲ୍ଲାପାଳ ଉଦଘାଟନ କରିବା ପରେ ସେହିଦିନ ସନ୍ଧ୍ୟାରେ ପାଣି ସାହିତ୍ୟ ଆଲୋଚନା ଏବଂ ଗୀତିନାଟ୍ୟ ପ୍ରଦର୍ଶିତ ହେବ । ମାହାଙ୍ଗାର ଗଣପର୍ବ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଉତ୍ସବକୁ ଅତ୍ୟନ୍ତ ଯାକ ଯମକରେ ପାଳନ କରିବା ପାଇଁ ସ୍ଥିର ହୋଇଥିଲା । ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ କୋଠପଦା ଠାରେ ସ୍ଥାନୀୟ ଅଂଚଳର କଳା ଓ ସାହିତ୍ୟାନୁରାଗୀ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ଅଭ୍ୟର୍ଥନା କମିଟି ଗଠନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଆୟୋଜିତ ସାରସ୍ୱତ ସଭାରେ ମନ୍ତ୍ରୀ, ବିଧାୟକ, ସାହିତ୍ୟିକ, ପ୍ରଶାସକ ତଥା ପାଣି ସାହିତ୍ୟର ଗବେଷକ ମାନଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯିବାକୁ ନିଷ୍ପତି ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *