କଟକ ସଦର ବ୍ଲକ ପକ୍ଷରୁ କିଶନନଗର ଠାରେ ‘ସୁଭଦ୍ରା’ ଯୋଜନା ଶୁଭାରମ୍ଭ ର ସିଧା ପ୍ରସାରଣ କାର୍ଯ୍ୟକ୍ରମ

କଟକ ସଦର, ୧୭/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ପ୍ରଶାସନ ପକ୍ଷରୁ ଆଜି ମଙ୍ଗଳବାର ଦିନ ରାଜ୍ୟରେ  ଘରେ ଘରେ ସୁଭଦ୍ରା ଯୋଜନା ର ଭୁବନେଶ୍ବର ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ହୋଇଥିବା ଶୁଭାରମ୍ଭ ର ବଡ଼ ପରଦାରେ ସିଧା ପ୍ରସାରଣ କିଶନନଗର ହାଇସ୍କୁଲ ପଡିଆ ଠାରେ ଵିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ  ଅନୁଷ୍ଠିତ ହୋଇଯାଇଛି।ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜିର ଜନ୍ମ ଦିନ ଅବସରରେ ସ୍ୱଚ୍ଛ ଭାରତ ସେବା ପକ୍ଷ ଉଦଘାଟନ ହୋଇଥିବା ବେଳେ ସ୍ୱଚ୍ଛତା ରକ୍ଷା ପାଇଁ ଉପସ୍ଥିତ ଥିବା ସମସ୍ତ ପଞ୍ଚାୟତ ପ୍ରତିନିଧି, ସରକାରୀ କର୍ମଚାରୀ ଏଵଂ ମହିଳା ମାନେ ଶପଥଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ଅନେକ ପ୍ରକଳ୍ପର ମଧ୍ୟ ଶୁଭ ଉଦଘାଟନ କରିଥିଲେ। ରାଜ୍ୟର ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନା ରେ ବର୍ଷକୁ ଦୁଇଥର କରି ୧୦ ହଜାର ଓ ୫ ବର୍ଷରେ ୫୦ ହଜାର ଟଙ୍କା ଦେବା ଲକ୍ଷ୍ୟରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳା ଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ପଠାଯାଇଥିବା ଘୋଷଣାରୁ ଜଣାପଡିଛି। ଆଜିର ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଵିଡିଓ ରୁମନା ଜାଫ୍ରି, ଜିଲ୍ଲା ଡିଵ୍ଲ୍ୟୁଏସଏମ ବିଦ୍ୟାଧର ନାୟକ,ତ୍ରିଦେବ ରଥ,ସିଡିପିଓ ରଶ୍ମିତା ମହାନ୍ତି,ଵିଆରସି ତେଜେସ୍କର ସିଂ,ଏଓ ସରିଚିକା ବିଶ୍ୱ।ଳ,ଏସଓ ଜଶସ୍ୱନୀ ମହାନ୍ତି ଯୋଗ ଦେଇଥିବା ବେଳେ ପରିଚାଳନାରେ କିଶନନଗର ସରପଂଚ ସୁଜାତା ସେଠୀ, ଅବିନାଶ ଆନନ୍ଦ ମହାନ୍ତି, ପ୍ରଦୀପ୍ତ କୁମାର ଦାସ, ପ୍ରଭାତ କୁମାର ସେଠୀ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *