ଯୋବ୍ରା ବ୍ରିଜରେ ସିରିଜ୍ ଦୁର୍ଘଟଣା, ୩ ଗୁରୁତର ଆହତ

କଟକ, ୧୬/୯/୨୦୨୪ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ଯୋବ୍ରା ବ୍ରିଜରେ ଏକ ସ୍କର୍ପିଓ ସିରିଜ୍ ଦୁର୍ଘଟଣା ଘଟାଇଛି । ସ୍କର୍ପିଓଟି ଏକ ବୋଲେରୋକୁ ପିଟିବା ସହ ଏକ ଅଟୋକୁ ଧକ୍କା ଦେଇ ବ୍ରିଜ୍ ବାଡ ଭାଙ୍ଗି ଅଧାରେ ଅଟକି ରହିଛି । ଏହି ସିରିଜ୍ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଅନ୍ୟପଟେ ସ୍କର୍ପିଓରୁ ମଦ ମିଳିବା ସହ ମଦ୍ୟପାନ କରି ଗାଡି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି । ସ୍କର୍ପିଓ ର ଆଗ ପଟେ ଗୋଟିଏ ନମ୍ବର ଥିବାବେଳେ ପଛ ପଟେ ଅନ୍ୟ ଏକ ନମ୍ବର ଥିବାରୁ ଗାଡ଼ିଟି ଚୋରୀ ଗାଡ଼ି ବୋଲି ଲୋମାନେ କହୁଛନ୍ତି ।

Leave a Reply

Your email address will not be published. Required fields are marked *