ନିରାକାରପୁର, ୨୮/୦୧/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ଦ୍ୱାରା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶାଳୟ ,ଓଡ଼ିଶା, ଭୁବନେଶ୍ୱରଙ୍କ ଦ୍ୱାରା ପରିଚାଳିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏବଂ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଧାରରେ ନୂଆ ଓ ,ଭାଷା ,ସାହିତ୍ୟ ଓ ସଂସ୍କୃତ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲା କମାଗୁରୁସ୍ଥିତ ପ୍ରକୃତି ବିହାରରେ ଅବସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୬ ତାରିଖରେ ଉଦଘାଟିତ ହୋଇ ୨୬ ତାରିଖରେ ଉଦଯାପିତ ହୋଇଯାଇଛି । ଆଠ ଦିନର କାର୍ଯ୍ୟକ୍ରମ ମଧ୍ୟରେ ୧୬ଟି ବିଭାଗରେ ପ୍ରତିଯୋଗିତା, ଆଲୋଚନାଚକ୍ର, କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସମାରୋପ ଉସôବରେ ମୁଖ୍ୟ ଅତିଥିଭାବେ ପକ୍ଷୀଘର ସଂପାଦକ ବନଜ ତ୍ରିପାଠୀ ଯୋଗଦେଇ ଓଡ଼ିଆ ଭାଷା ସମଗ୍ର ଭାରତ ବର୍ଷରେ ସମସ୍ତ ଭାଷାଠାରୁ ଅନ୍ୟତମ । ଷଷ୍ଠ ପ୍ରାଚୀନ ଭାଷା ମଧ୍ୟରେ ଓଡ଼ିଆ ଭାଷା ଅନନ୍ୟ । ଆଜକୁ ୨୫୦୦ ବର୍ଷ ପରେ ଆଜି ଓଡ଼ିଆ ଭାଷାର ସୃଷ୍ଟି । ଏହାକୁ କେହି ଅଟକାଇ ଦେଇ ପାରିବେ ନାହିଁ କି କେହି ଲିଭାଇ ଦେଇ ପାରିବେ ନାହିଁ ବୋଲି ସେ କହିଥିଲେ । ସେହିପରି ୬୬୨ ବର୍ଗ କଲେଜ ଯୁକ୍ତ ଦୁଇ ସଂଘ ସାଧାରଣ ସଂପାଦକ ସତାଉଦ୍ଧିନ ଅହମ୍ମଦ ମୁଖ୍ୟବକ୍ତାଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି , ଶ୍ରୀ ଜଗନ୍ନାଥ ସାହିତ୍ୟ , କଳା ଓ ଉକôଳୀୟ ପରମ୍ପରା ସଂପର୍କରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । କଲେଜ ଅଧ୍ୟକ୍ଷ ଶିକ୍ଷା ସାରଥୀ ସୁଧାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ସମ୍ମାନୀତ ଅତିଥିଭାବେ ମେଜର ଭିକାରୀ ଚରଣ ମିଶ୍ର ଓ ଅଧ୍ୟାପକ ବିକାଶ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଅଧ୍ୟାପିକା ଡ଼ ରେଣୁବାଳା ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମକୁ ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିବାବେଳେ ସାସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପକ ଜମ୍ବେଶ୍ୱର ଜୁଝାରସିଂହ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପିକା ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଅଭିରାମ ପଣ୍ଡା, ଦିଲ୍ଲୀପ କୁମାର ବେହେରା, ବିଶ୍ୱଜିତ ପଟ୍ଟନାୟକ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।