କାମଚଳା ବାଚସ୍ପତି ଭାବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର, ୧୪/୬/୨୦୨୪ (ଓଡ଼ିଶା ସମାଚାର)-  ସପ୍ତଦଶ ବିଧାନସଭାର ପ୍ରୋ-ଟେମ (କାମଚଳା ) ବାଚସ୍ପତି ଭାବେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶୁକ୍ରବାର ଶପଥ ନେଇଛନ୍ତି । ରାଜ୍ୟପାଳ ରଘୁବର ଦାସ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କୁ ରାଜଭବନରେ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବାକୁ ପ୍ରସ୍ତାବ ଦେଇଥିଲେ। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଦାୟିତ୍ୱ ନେବା ପରେ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା ୧୮ ଓ ୧୯ ତାରିଖରେ ବିଧାୟକମାନଙ୍କୁ ଶପଥଗ୍ରହଣ କରାଯିବ। ୨୦ ତାରିଖରେ ବାଚସ୍ପତି ନିର୍ବାଚନ  ହେବ ।

Leave a Reply

Your email address will not be published. Required fields are marked *