କନ୍ଦରପୁର ଠାରେ ଅତ୍ୟାଧୁନିକ ‘ନାୟାରା’ ପେଟ୍ରୋଲ ପମ୍ପ ଉଦଘାଟିତ 

କଟକ ସଦର,୨୦/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର କନ୍ଦରପୁର ଠାରେ ଆଜି ସୋମବାର କାଳିପୂଜା ଅବସରରେ ଏକ ଅତ୍ୟାଧୁନିକ ପେଟ୍ରୋଲ ଓ ଡିଜେଲ ଟାଙ୍କି ‘ ନାୟାରା’ ଏନର୍ଜି କମ୍ପାନୀର ମା’ ଶାରଳା ଫିଲିଙ୍ଗ୍ ଷ୍ଟେସନ ଉଦଘାଟିତ ହୋଇଥିବା ଜଣାପଡିଛି।

ଏହାକୁ ନାୟାରା କମ୍ପାନୀର ଦୁଇ ସେଲ୍ସ ମ୍ୟାନେଜର ଉମେଶ ମିଶ୍ର ଓ ଶକ୍ତିରାଜ ମହାପାତ୍ର ଉଦଘାଟନ କରିଥିବା ବେଳେ ପରିଚାଳନାରେ ଫିଲିଙ୍ଗ ଷ୍ଟେସନ ର ପରିଚାଳନା ନିର୍ଦ୍ଦେଶକ ଧ୍ୟାନ ରଂଜନ ନନ୍ଦ ଓ ତାଙ୍କ ପତ୍ନୀ ଜୟଶ୍ରୀ ଦାଶ ପରିଚାଳନା କରିଥିଲେ।ଏହି ଅବସରରେ ଆଜି ଗ୍ରାହକ ମାନଙ୍କୁ ଲକି ଡ୍ର କୁପନ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *