ଗିରଫ ହେଲେ ମହାମହିମ ରାଷ୍ଟ୍ରପତିଙ୍କ ନାମରେ ଠକାମୀ କରୁଥିବା ଏ.ବି. ଶେଖାୱତ

ଭୁବନେଶ୍ୱର,୦୧/୦୭/୨୦୨୫ (ଓଡ଼ିଶା ସମାଚାର)-ରାଷ୍ଟ୍ରପତିଙ୍କ ନାମରେ ଠକାମୀର ସାମ୍ରାଜ୍ୟ ଚଳାଇଥିବା ଝାରସୁଗୁଡ଼ା ଜିଲାର ଏ.ବି. ଶେଖାୱତ ଓ ସୋସିଆଲ୍ ମିଡ଼ିଆର ଗତ ୩ ବର୍ଷରୁ ଅଧିକ ସମୟଧରି ଅନ୍ୟର ସାମାଜିକ ସମ୍ମାନ ହାନୀ କରିବା ସହିତ ସାରା ଓଡ଼ିଶାର ଗାଁସାଥୀ (ମେଟ୍) ମାନଙ୍କୁ ନିରାଶ ଓ ବିଭ୍ରମ କରୁଥିବା ପୁରୀ ଜିଲାର ଶ୍ରୀ ପବିତ୍ର ସୁନ୍ଦରରାୟଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗାଁସାଥୀ (ମେଟ୍) ସଂଗଠକମାନଙ୍କ ତରଫରୁ ସ୍ଥାନୀୟ ଖାରବେଳନଗର ଥାନା ବାହାରେ ଏକ ଗଣଧାରଣା ଦିଆଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଏହି ଯେ, ଏହି ଉଭୟ ବ୍ୟକ୍ତି ଶ୍ରୀ ଶେଖାୱତ ଓ ସୁନ୍ଦରାୟଙ୍କ ବାବଦରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ଥର ଉକ୍ତ ସଂଘ ତରଫରୁ ଏତଲା ଦିଆଯାଇଥିଲେ ମଧ୍ୟ ଏଯାବତ୍ ସେମାନଙ୍କ ଉପରେ ସେଭଳି କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିଲା । ଚଳିତ ୨୦୨୫ ମସିହା ଜାନୁଆରୀ ଓ ଫେବୃୟାରୀରେ ଏହି ଖାରବେଳନଗର ଥାନାରେ ସଂଘ ତରଫରୁ ଏକାଧିକବାର ବିଭିନ୍ନ ପ୍ରମାଣ ସହିତ ଏତଲା ଦେବା ପରେ ଚଳିତ ବର୍ଷ ୬ ଫେବୃୟାରୀରେ ତାଙ୍କ (ଶେଖାୱତ)ନାମରେ ଏକ ମାମଲା ରୁଜୁ ହୋଇଥିଲା ।

ଏହି ଉଭୟ ବ୍ୟକ୍ତି ପ୍ରାୟ ଗତ ୩ ବର୍ଷ ଧରି ଦୈନନ୍ଦିନ ସୋସିଆଲ୍ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମ ଜରିଆରେ ସଂଘର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ସାମାଜିକ ସମ୍ମାନ ହାନୀ ହେବା ପରି, ଏପରିକି ତାଙ୍କ ମା’ ଭଉଣୀ ଓ ପରିବାର ସଭ୍ୟ/ସଭ୍ୟା ଆଦି ସମସ୍ତଙ୍କ ନାମ ଧରି ଅନେକ ଅଶାଳୀନ ମତ ମନ୍ତବ୍ୟ ଦେଇଚାଲିଛନ୍ତି । ଆଲୋଚନା ପାଇଁ ଡାକିଲେ ଆସୁନାହାନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ ପାଇଁ ଆଜି ସଂଘ ଦାବି ଜଣାଇ ଗଣଧାରଣାରେ ବସିଥିଲେ । ଏଠାରେ ସୂଚନାଯୋଗ୍ୟ ଏହିଯେ, ଆଜି ତା ୧.୭.୨୦୨୫ରିଖ ଦିବା ପ୍ରାୟ ୧୧ ଘଟିକା ସମୟରେ ଖାରବେଳନଗର ଥାନା ପୋଲିସ୍ ସେହି ଏ.ବି. ଶେଖାୱତଙ୍କୁ ଭୁବନେଶ୍ୱରର ହାଉସିଂବୋର୍ଡ ଛକ ନିକଟରୁ ଗିରଫ କରିଛନ୍ତି । ଏଥିପାଇଁ ସଂଘ ତରଫରୁ ଶ୍ରୀ ବିଶ୍ୱାଳ ଓ ଶ୍ରୀ ବିବେକାନନ୍ଦ ଠାକୁର ଏବଂ ଅନ୍ୟ ଶତାଧିକ ଗାଁସାଥୀ ସଂଗଠକ ମିଳିତ ଭାବେ ଖାରବେଳନଗର ଥାନା ପୋଲିସ୍ କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଆସାମୀ ଶ୍ରୀ ଶେଖାୱତଙ୍କୁ ତୁରନ୍ତ କୋର୍ଟ ଚାଲାଣ ପାଇଁ ଉକ୍ତ ସଂଘ ତରଫରୁ ଜୋର୍ ଦାର ଦାବି ହେଉଛି । ଉକ୍ତ ଧାରଣାରେ ସଂଘର ସଂଗଠକମାନଙ୍କ ମଧ୍ୟରୁ ଅନୀଲ କୁମାର ଜେନା, ମୀନା କୁମାରୀ ସିଂ, ମଙ୍ଗଲୁ ରଣା, ଚୁଡାମଣି ସିଂ, ଆନ୍ତା ମୁର୍ମୁ, ଜନ୍ମ ଓରାମ, ପ୍ରତିମା ସାହୁ, ନିକୁ ମହାରଣା, ଅରକ୍ଷିତ ସେଠୀ, ଦୁର୍ଯେ୍ୟାଧନ ନାଏକ, ସୁକାନ୍ତ ଦିଗାଲ୍, ମଙ୍ଗଲ ସାଇ ଭତରା, ପ୍ରତାପ କୁମାର ଦଳାଇ, ଶୁଶିଳା ନାଏକ, ନୟନା ନାୟକ, ସୁରେଶ ସାମଲ୍, ଜ୍ୟୋତ୍ସ୍ନାରାଣୀ ବେହେରା, ସୁରେଖା ପାଇଟାଳ, ରେବତୀ ମହାନ୍ତ, ଗୀତାଞ୍ଜଳି ମହାନ୍ତ, ମହିମାବତୀ ଭୋଇ, ଶ୍ରୀନିବାସ ହାତୀ, ରାମଚନ୍ଦ୍ର ବିଶୋଇ, ବିଚିତ୍ର ମଲ୍ଲିକ ଓ ଶତାଧିକ ସଂଗଠକ ମିଳିତ ଭାବେ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *