ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଭୁବନ ଉତ୍ସବ ମୁଖର ,୧୮ ରେ ମିଳିତ ଭସାଣି

ଭୁବନ, ୦୮/୯/୨୦୨୪ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ଦ୍ଵିତୀୟ ଦଶହରା ର ସ୍ଥାନ ନେଇଛି ପ୍ରସିଦ୍ଧ ଗଣେଶ ପୂଜା। ବିଘ୍ନ ବିନାଶକ,ବିଦ୍ୟାଦାତା, ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ପାଇଁ ସମଗ୍ର ଭୁବନ ଉତ୍ସବ ମୁଖର ହୋଇ ପଡ଼ିଛି । ଡାଜ୍ ଲିଙ୍ଗ  କ୍ଲବ୍ ଚଳିତ ବର୍ଷ ୧୨ ବର୍ଷ ପୂର୍ତ୍ତି ପାଳନ କରୁଛି। ହାଇ ସ୍କୁଲ ପଡିଆ ( ମିନି ଷ୍ଟାଡିୟମ ) ରେ ଅବିକଳ ପୁରୀ ଶ୍ରୀ ମନ୍ଦିର ନିର୍ମାଣ କରି ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ଙ୍କ ଗଜାନନ ବେଶ କରିଛି । ଯାହାକି ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିଛି । ବାଜି ରାଉତ ସ୍ମୃତି ସଂଘ ସମେତ ଗୋଲ୍ଡେନ କ୍ଲବ, ଗ୍ଲୋରିୟସ କ୍ଲବ,ନାଇସ କ୍ଲବ, ମୁନଷ୍ଟାର କ୍ଲବ,କିଙ୍ଗ ଷ୍ଟାର କ୍ଲବ, ବ୍ରିଲିୟାଣ୍ଟ କ୍ଲବ, ୱାରିଅର କ୍ଲବ,ଗଣପତ୍ କ୍ଲବ,ରୟାଲିନ କ୍ଲବ, ଡେଭିଲ କ୍ଲବ,ରେବିଲୟନ୍ସ କ୍ଲବ, ଡ଼ାଇନାମିକ କ୍ଲବ, ଗ୍ୟାଙ୍ଗ ଷ୍ଟାର କ୍ଲବ, ଡାଜ୍ ଲିଙ୍ଗ କ୍ଲବ, ଏକ୍ସସାଇଟେଡ କ୍ଲବ, ସୂର୍ଯ୍ୟାଂସୁ କ୍ଲବ, ସ୍ପ।ର୍କଲର୍ କ୍ଲବ, ଫ୍ରେଣ୍ଡସିପ କ୍ଲବ, ଟାଇଟେନ୍ସ  ପ୍ରଭୃତି କ୍ଲବ ରେ ବିପୁଳ ଉତ୍ସାହ ଉଦ୍ଦୀପନା ସହ ଗଣେଶ ପୂଜା ପାଳନ ହେଉଅଛି । ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳାରେ ଭୁବନ ଝଲସୁଛି। ସନ୍ଧ୍ୟା ପର ଠାରୁ କାଳୀ ବଜାର ଠାରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଆସନ୍ତା ୧୮ ତାରିଖ ବୁଧୁବାର ମଧ୍ୟାହ୍ନ ରୁ ମିଳିତ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ମନସ୍ଵିନୀ ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଆରକ୍ଷୀ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି ।

Leave a Reply

Your email address will not be published. Required fields are marked *