କଟକ ସଦର,୦୨/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଧରିଣା ପଞ୍ଚାୟତରେ ବିବାଦୀୟ ଜମି ଉପରେ ଏଵଂ କମରପଦା ଠାରେ ଥିବା ଅନନ୍ତ ଆଶ୍ରମ (ଵାଉରିଆ ଵାଵା ମଠ)ର ପୂରୁଣା କୋଠାକୁ ନୂଆ ରୂପ ଦେଇ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବା ଦିନ ଠାରୁ କେଉଁ କାମରେ ଆସିପାରିନଥିଵା ଅଭିଯୋଗ ହେଉଛି। କେବଳ ନିଜର ପାରିବା ପଣିଆ ଜାହିର ପାଇଁ ଏଵଂ ଠିକାଦାର ପୋଷଣ ପାଇଁ ପୂର୍ଵ ବିଜେଡ଼ି ସରକାର ଅମଳରେ ଗଢ଼ିଉଠିଥିବା ଏହି ମିଶନ ଶକ୍ତି ଗୃହ ଟି ଏଵେ ଭୁତ କୋଠୀରେ ପରିଣତ ହୋଇଛି। ଘରେ ଲାଗିଥିବା ସାଜ ସରଞ୍ଜାମ, ଇଲେକ୍ଟ୍ରିକାଲ ଫ୍ୟାନ, ଲାଇଟ୍ ସବୁ ଚୋରୀ ହୋଇଥିବା ବେଳେ କବାଟ ଝରକା ସବୁ ଭଙ୍ଗାରୁଜା ହୋଇଥିବା ଜଣାପଡିଛି। ଉକ୍ତ ଘରେ ରାତିରେ ଅସାମାଜିକ ଲୋକମାନଙ୍କର ପ୍ରାଦୁର୍ଭାବ ବଢ଼ିଚାଲିଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।