ବଲାଙ୍ଗୀର ଜିଲ୍ଲାର  ଭରତ ଚନ୍ଦ୍ର ସାହୁଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ  

ଭୁବନେଶ୍ୱର,୦୨/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ବିଜେପି ଉପସଭାପତି ଭରତ ଚନ୍ଦ୍ର ସାହୁଙ୍କ ବିୟୋଗ କଥା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ।

ଭରତ ଚନ୍ଦ୍ର ସାହୁ ଜଣେ ନିଷ୍ଠାପର ସମାଜସେବୀ, ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ଭାବେ ବଲାଙ୍ଗୀର ଜିଲ୍ଲାରେ ସୁପରିଚିତ ।  ସେ ବଲାଙ୍ଗୀରର ପୂର୍ବତନ ଜିଲ୍ଲା ବିଜେପି ଉପସଭାପତି ତତ୍ ସହିତ ଖପ୍ରାଖୋଲ ବ୍ଲକର ବିଜେପି ବ୍ଲକ ସଭାପତି ମଧ୍ୟ ଥିଲେ । ଜିଲ୍ଲାରେ ବିଜେପିର ସାଙ୍ଗଠନିକ କାର୍ଯ୍ୟକୁ ତୃଣମୂଳସ୍ତରରୁ ସୁଦୃଢ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଜଣେ ଦକ୍ଷ ସଂଗଠକ ଓ ସମାଜସେବୀ ଭାବେ ତାଙ୍କର ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ । ଦଳିତ ଏବଂ ଅବହେଳିତଙ୍କ କଲ୍ୟାଣ ପାଇଁ ସେ ନିଜକୁ ଉତ୍ସର୍ଗୀକୃତ କରିଦେଇଥିଲେ ।

ତାଙ୍କର ଏଭଳି ଅକାଳ ବିୟୋଗ ଘଟିବା ଅତ୍ୟନ୍ତ ଦୁଃଖର ବିଷୟ । ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଅସୀମ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ।

Leave a Reply

Your email address will not be published. Required fields are marked *