୪୨ ମୈ।ଜା ‘ ମା ଜାଗୁଳାଇ ଉନ୍ନୟନ ପରିଷଦ ‘ ପକ୍ଷରୁ ବିଧାୟକ ପ୍ରକାଶ ସେଠୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

କଟକ ସଦର , ୦୨/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା କୂଳ କଳପଡା ଠାରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ‘ମା ଜାଗୁଳାଇ ଉନ୍ନୟନ ପରିଷଦ ‘ ପକ୍ଷରୁ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଉକ୍ତ ଗ୍ରାମଟି ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ପ୍ରତିନିଧି ତଥା କଟକ ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ‘ ମାର ତାଳି ପକା ହୁଳହୁଳି ‘ ସବୁ ସଭାସମିତି ରେ କହି ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଥିବା ବିଭୁତି ଭୁଷଣ ପରିଡ଼ା ଙ୍କ ଗାଁ ହୋଇଥିବା ବେଳେ ଏଠାରୁ ବିଜେପି ବିଧାୟକ ପ୍ରାର୍ଥୀ ଅଧିକ ଭୋଟ ପାଇଥିଲେ। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ୪୨ ମୈ।ଜା ବିଜେପି ମଣ୍ଡଳ ସଭାପତି ପିୟୁଷ ରଞ୍ଜନ ପରିଡ଼ା ଙ୍କ ସମେତ ଅଲେଖ ଦାସ, ଅଶ୍ୱିନୀ ପରିଡ଼ା, ସୁନିଲ୍ ପରିଡ଼ା,ପୁପୁଲ ପରିଡ଼ା,ଅନିଲ ମହାପାତ୍ର, ଆଶିଷ ଭୋଳ, ସମୀର ପଣ୍ଡା, ଦେବୀପ୍ରସାଦ ପତି, ପ୍ରଦୀପ ପରିଡା, ଦିଲ୍ଲିପ ପରିଡ଼ା, ଅଭୟ ମହାପାତ୍ର,ବିଜୟ ମହାପାତ୍ର, ରୁଧିର ପରିଡ଼ା,ଶରତ ଭୋଳ,ଅନ୍ୟ ମହାପାତ୍ର, ପଙ୍କଜ ମହାପାତ୍ର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *