ନିରାକାରପୁର, ୨୨/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧାଜିଲା ଜଂକିଆ ଥାନା ଅନ୍ତର୍ଗତ ଛତ୍ରପଡାଗ୍ରାମର ମୂଖ୍ୟ ପର୍ବ ଦୋଳପର୍ବ ପ୍ରତିବର୍ଷଭଳି ଚଳିତବର୍ଷ ଗତ ଫଗୁଦଶମୀଠାରୁ ଆରମ୍ଭ ହୋଇଛି।ଏହା ହୋଲି ପର୍ବଦିନ ଉଦଯାପିତ ହେବ।ଫଗୁଦଶମୀ ଠାରୁ ଗ୍ରାମର ଆରାଧ୍ୟଦେବତା ପ୍ରଭୂ ଶ୍ରୀଶ୍ରୀ ଲୋକେଶ୍ବରଦେବଙ୍କ ଚଳନ୍ତି ପ୍ରତିମା ରାଧାକୃଷ୍ଣଙ୍କ ଯୁଗଳମୂରତୀ ଦୋଳବିମାନରେ ବିଜେହୋଇ ପ୍ରତ୍ୟେହ ରାତିରେ ଗାଁଭିତରେ ଥିବା ପ୍ରତ୍ୟେକ ଦୁଆରେ ଭୋଗ ଖାଉଛନ୍ତି।ଏହି ଭୋଗଖିଆ ଦୋଳପୂର୍ଣିମା ଦିନ ସମାପନ ହେବ। ୨୪ ତାରିଖ ଦିନ ଠାକୁର ଗାଁଭିତରୁ ଭୋଗଖାଇ ମନ୍ଦିର ପରିସରକୁ ଫେରିବା ପରେ ସେଠାରେ ରୀତିନୀତି ଓ ପରପଂରା ଅନୁଯାୟୀ ସମସ୍ତ ଗ୍ରାମବାସୀଙ୍କ ସଂପୂର୍ଣ୍ଣ ଉପସ୍ଥିତିରେ ବ୍ରାହ୍ମଣଙ୍କ ଦ୍ବାରା ବେଦପାଠ କରାଯାଇ ଠାକୁରଙ୍କ ସମୁଖରେ ରାଜାଗ୍ନିଉସବ କରାଯିବ।ଦୋଳ ପୂର୍ଣିମାଦିନ ସଂଧ୍ୟାରୁ ଠାକୁର ବିରାଟପଟୁଆରରେ ବାହାରି ଗାଁଭିତରେ ଭୋଗ ଖାଇ ମନ୍ଦିରକୁ ପ୍ରତ୍ୟାବର୍ତନ କରି ଦୋଳ ମଣ୍ଡପରେ ବିଜେ କରିବେ।ତା ପରବର୍ତୀ ହୋଲି ଦିନ ଭକ୍ତମାନଙ୍କ ଗହଣରେ ଠାକୁର ଦିନବେଳେ ହୋଲି ଖେଳି ସାରି ଦୋଳମଣ୍ଡପକୁ ଫେରିବାପରେ ମାଘସ୍ନାନପରେ ମଂଦିରରେଥିବା ସ୍ବସ୍ଥାନକୁ ବିଜେ କରିବେ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୋଳପୂର୍ଣିମା ଓ ହୋଲି ରାତିରେ ଯାତ୍ରା ବିଶ୍ବନାଥ ଦ୍ବାରା ସାମାଜିକ ନାଟକ ପରିବେଷଣ କରାଯିବାର ଆୟୋଜନ କରାଯାଇଛି।ଦୋଳପର୍ବପାଇଁ ଚଳଚଞ୍ଚଳ ହୋଇପଡିଛି ଛତ୍ରପଡା ଗ୍ରାମ ।
ଛତ୍ରପଡାରେ ଦୋଳପର୍ବ ଆରମ୍ଭ
