ଭୁବନେଶ୍ୱର,୦୮/୧୧/୨୦୨୫ (ଓଡ଼ିଶା ସମାଚାର)- ମୈତ୍ରୀ ବିହାରସ୍ଥିତ ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଂଟ (ଆର.ସି.ଏମ୍.)ର ଛାତ୍ରଛାତ୍ରୀମାନଙ୍କ ପାଇଁ କଲେଜ କ୍ୟାମ୍ପସ୍ ମଧ୍ୟରେ ଦୁଇଦିନିଆ ବାଣିଜ୍ୟ ମେଳା ଓ ଷ୍ଟାଟଅପ୍ କାନିଭାଲ ଅନୁଷ୍ଠିତ ହୋଇଯାଇଅଛି । ମ୍ୟାନେଜମେଂଟ ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗକୁ ବଢ଼ିବା ପାଇଁ ଓ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ଆଜିର ଡିଜିଟାଲ୍ ଏବଂ କମ୍ପିଟିସନ୍ ଯୁଗରେ ନିଜକୁ ଏକ ସଫଳ ଉଦ୍ୟୋଗୀ କରି ଦେଶରେ ପ୍ରତିଷ୍ଠିତ ହେବାପାଇଁ ଏହି ଆ କା ମା ଟ୍ରେଡ୍ ଫେୟାର ମାଧ୍ୟମରେ ପ୍ୟାନେଲିଷ୍ଟ ମାନେ ଆହ୍ୱାନ ଦେଇଥିଲେ । ଆର.ସି.ଏମ୍. କଲେଜର ଡାଇରେକ୍ଟର ଡ. ପି୍ରତମ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆ କା. ମା. ଉତ୍ସବରେ ପ୍ୟାନେଲିଷ୍ଟ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ସମ୍ପର୍କରେ ଉନ୍ନତି ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା ।
୪ଜଣ ପ୍ୟାନେଲିଷ୍ଟ ରଂଜନ ପାଢୀ, ଦେବାଶିଷ ଷଡ଼ଙ୍ଗୀ, ମୋହନ ମିଶ୍ର ଓ ଅବିନାଶ ସାମଲ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିଜର ବୁଦ୍ଧି, ନିଜର ପୁଞ୍ଜି ଓ କଠିନ ପରିଶ୍ରମ ସହିତ ଡିଜିଟାଲ୍ ମେଡିଆର ସହଯୋଗରେ ଆଗକୁ ବଢିବା ପାଇଁ ସଫଳ ଉଦ୍ୟୋଗୀ ହେବାପାଇଁ ଏବଂ କେଉଁ ଅଂଚଳରେ କି କି ଆବଶ୍ୟକତା ଅଛି, ତାକୁ ଅନୁଧ୍ୟାନ କରି ନିଜର ଉତ୍ପାଦକ ବଢ଼ାଇବା ପାଇଁ ଏବଂ ବଜାର ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ଆହ୍ୱାନ ଦେଇଥିଲେ । ନିଜର ଦ୍ରବ୍ୟକୁ ବିଶ୍ୱ ବଜାରରେ ପହଂଚାଇ ଏବଂ ଲୋକମାନଙ୍କର ଆଦୃତ ହେବାପାଇଁ ଯତ୍ପରନାସ୍ତି ଚେଷ୍ଟା କରିବା ସହିତ ସଶକ୍ତ କମିଟମେଂଟ ବଜାୟ ରଖିବାକୁ କହିଥିଲେ । ଏହି ଟ୍ରେଡ୍ କାନିଭାଲ୍ ୫୦ ରୁ ଊଦ୍ଧ୍ୱର୍ ଉଦ୍ୟୋଗୀ ବିଭିନ୍ନ ରାଜ୍ୟରୁ ଆସି ନିଜ ନିଜ ଉତ୍ପାଦକ ଦ୍ରବ୍ୟଗୁଡ଼ିକର ପ୍ରଦର୍ଶନୀ କରିଥିଲେ ।
ନିଜ ନିଜ ଦେଶରେ ନିଜର ଉତ୍ପାଦକ ଦ୍ରବ୍ୟର ବ୍ୟବସାୟ କରିପାରିଲେଜଣେ ସଫଳ ଉଦ୍ୟୋଗୀ ହୋଇପାରିଲ ବୋଲି ଜଣାପଡ଼େ । ପୂର୍ବରୁ ଯେଉଁମାନଙ୍କର ସମ୍ବଳ ଥିଲା ଏବଂ ଭଲ ଯୋଗାଯୋଗ ଥିଲା, ସେମାନେ ଭଲ ଉଦ୍ୟୋଗୀ ହୋଇପାରୁଥିଲେ, ଯାହା ଅନ୍ୟମାନଙ୍କ ପାଇଁ ସମ୍ଭବ ନଥିଲା । ଆଜିକର ଆ.କା.ମ. କାନିଭାଲ୍ ଏକ ପ୍ଲାଟଫର୍ମ, ଯେଉଁଥିରେ ଯୁବ ଉଦ୍ୟୋଗ ଛାତ୍ରଛାତ୍ରୀମାନେ ଭାଗନେଇ ନିଜର ଦକ୍ଷତା, ନିଜର କାପାବିଲିଟି ଏବଂ ନିଜର ବ୍ୟବସାୟକ ବୁଝି ପ୍ରଦର୍ଶନ କରିବା ପାଇଁ ଏକ ବୃହତ୍ ସୁଯୋଗ ଅଟେ । ଆଗକୁ ଓଡ଼ିଶାର ଉଦ୍ୟୋଗୀମାନେ ଭଲ ବିଜିନେସ୍ ଅରଡ଼ିଆ ଏବଂ କେଉଁ ଜିନିଷ ବଜାରରେ ଚାଲିପାରିବ, ତାକୁ ଅନୁଧ୍ୟାନ କରି ନିଜର ଦକ୍ଷତା ବିକାଶ କରିବା ସହିତ ସରକାରଙ୍କ ପାଖରୁ ପ୍ରୋତ୍ସାହନ ମିଳିଲେବି ବହୁ ଉଦ୍ୟୋଗୀ ସୃଷ୍ଟି ହେବା ସହିତ ଦେଶର ଆର୍ଥିକ ଅବସ୍ଥା ସୁଦୂଢ ହେଇପାରିବ ବୋଲି କଲେଜର ଡିନ୍ ଅଜିତ୍ କୁମାର କର ନିଜ ବକ୍ତବ୍ୟରେ କହିଥିଲେ ।
ପୂର୍ବରୁ ଓଡ଼ିଆ ସାଧବପୁଅ ମାନେ ଜାଭା, ସୁମିତ୍ରା ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ । ସେଗୁଡ଼ିକ ପୁରୁଣାକାଳିଆ ବିଜିନେସ୍ ଥିଲା । ଆଜିର ଓଡ଼ିଆ ପୁଅଝିଅମାନେ ନୂତନ ଢଙ୍ଗରେ ବାଣିଜ୍ୟ କରିବା ପାଇଁ ନୂଆ ନୂଆ ପାଠ ପଢୁଛନ୍ତି ଓ ନୂଆ ପ୍ରକାର ବିଜିନେସ୍ କରୁଛନ୍ତି ଏବଂ ଦେଶକୁ ଆଗକୁ ନେବାରେ ଉଦ୍ୟମ କରୁଛନ୍ତି ବୋଲି ଡେପୁଟି ଡିରେକ୍ଟର ମୋନାଲିସା ମହାପାତ୍ର କହିଛନ୍ତି ।
