କେନ୍ଦ୍ରାପଡ଼ା,୨୦/୦୯/୨୦୨୫(ଓଡ଼ିଶା ସମାଚାର)-ଦୁହୁରିଆସ୍ଥିତ ସମୀର ଟିଭିଏସ ପରିସରରେ ଗ୍ୟାରେଜ ମେକାନିକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେନ୍ଦ୍ରାପଡା ଜିଲାର ବିଭିନ୍ନ ଅଂଚଳରୁ ଏକଶହରୁ ଉଦ୍ଧ୍ୱର୍ ପ୍ରାଇଭେଟ ମେକାନିକମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ ।
ସମୀର ଟିଭିଏସର ମାଲିକ ସମୀର କୁମାର ଚାନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ସେଲ୍ସ(ଟିଏମ) ରବିକାନ୍ତ ଆନନ୍ଦ, (ଟ୍ରେନି) ସୁନିଲ କୁମାର ଓ ପ୍ରତୀକ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ମେକାନିକ ଭାଇମାନଙ୍କୁ କିପରି ସରଳ ଓ ସୁବିଧା ଉପାୟରେ ଟିଭିଏସର ବିଏସ-୬ ବାଇକଗୁଡିକ ମରାମତି କରାଯାଇପାରିବ ସେ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ସମୀର ମୋଟର୍ସର ତତ୍ୱାବଧାରକ ସମୀର କୁମାର ଚାନ୍ଦ ଦୀର୍ଘ ୩୦ବର୍ଷ ଧରି ମେକାନିକ ଭାଇମାନଙ୍କ ସହ ସୁସମ୍ପର୍କ ରଖି ଆସିଥିବାରୁ ଆଜି ଏଭଳି ଏକ ମେଗା ସୋରୁମ ଛିଡା ହୋଇ ପାରିଛି ବୋଲି ସେମାନେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଟିଭିଏସ କମ୍ପାନୀର ୧୨ଟି ନୂତନ ବାଇକର ଶୁଭ ଉଦଘାଟନ ମେକାନିକ ଭାଇମାନଙ୍କ ଦ୍ୱାରା କରାଯାଇଥିଲା । ଦୁର୍ଯେ୍ୟାଧନ ମହାରଣା, ଲକ୍ଷ୍ମୀକାନ୍ତ ବେହେରା, ଅନିଜା ଜେନା, ଶୁଭଶ୍ରୀ ନାୟକ, ସମାପ୍ତି ବେହେରା, ଦିପ୍ତିମୟୀ ସେଠୀ, ଧନେଶ୍ୱର ମଲିକ, ବଳରାମ ସେଠୀଙ୍କ ସମେତ ସମୀର ଟିଭିଏସର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
