କଟକ ସଦର,୨୩/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନାରେ ଆଜି ଶୁକ୍ରବାର ଦିନ ନୂତନ ଆଇଆଇସି (ଭାରପ୍ରାପ୍ତ ନୀରିକ୍ଷକ) ଭାବେ ସୁମନ୍ତ କିସାନ ଯୋଗଦେଇ ଥିବା ଜଣାପଡିଛି। ଏଠାରେ ଅବସ୍ଥାପିତ ଥିବା ଏଵଂ ବିବାଦୀୟ ହୋଇପଡିଥିଵା ଥାନା ଅଧିକାରୀ ରଶ୍ମୀରଂଜନ ଦାଶ ଙ୍କର ଗୋବିନ୍ଦପୁର ଥାନାକୁ ଵଦଳି ହୋଇଥିବା ବେଳେ ସୁମନ୍ତ କିସାନ ଜିଲ୍ଲା ମାନବିକ ସୁରକ୍ଷା ସେଲ୍ ରୁ କିଶନନଗର ଥାନାକୁ ଵଦଳି ହୋଇ ଆସିଥିବା ଜଣାଯାଇଛି। ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଦୃଷ୍ଟି ଦିଆଯିବା ସହିତ ମାମଲା ରୁଜୁ ହୋଇଥିବା ସବୁ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ନୂଆ ଆଇଆଇସି କିସାନ କହିଛନ୍ତି।
କିଶନନଗର ଥାନାର ଭାରପ୍ରାପ୍ତ ନୀରିକ୍ଷକ ଭାବେ ଯୋଗଦେଲେ ସୁମନ୍ତ କିସାନ
