ସର୍ବୋଚ୍ଚ ନ୍ୟାୟାଳୟଙ୍କ ସଂରକ୍ଷଣ ଜନିତ ନିର୍ଦେଶକୁ ବିରୋଧ କରି ଭାରତ ବନ୍ଦ

କେନ୍ଦ୍ରାପଡା, ୨୧/୮/୨୦୨୪ (ଓଡ଼ିଶା ସମାଚାର)- ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଂରକ୍ଷଣରେ ସ୍ୱଛଳ ବର୍ଗଙ୍କୁ ବାଦଦେବାକୁ ଦେଇଥିବା ନିର୍ଦେଶକୁ ବିରୋଧକରି ସଂରକ୍ଷଣ ସପକ୍ଷବାଦୀ ସମିତି ପକ୍ଷରୁ ଦିଆଯାଇଥିବା ଡାକରା ଯୋଗୁଁ ଆଜି ସାରା ଦେଶରେ ଭାରତ ବନ୍ଦ କରାଯାଇଛି । ଅନୁରୂପ ଭାବେ  ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ ଓ ଅଳ୍ପ ସଂଖ୍ୟକ ଯୁଗ୍ମ ଆକ୍ସନ କମିଟି ଆନୁକୂଲ୍ୟରେ ବୁଧବାର କେନ୍ଦ୍ରାପଡାରେ ବନ୍ଦ ପାଳନ କରାଯାଇଛି । ଯୁଗ୍ମ ଆକ୍ସନ କମିଟି ପକ୍ଷରୁ କଟକ- ଚାନ୍ଦବାଲି ରାସ୍ତାକୁ ସହରର ତିନିମୁହାଣିଛକରେ ରାସ୍ତା ରୋକ କରାଯାଇଥିଲା । କମିଟିର ସଦସ୍ୟ ଓ କର୍ମକର୍ତାମାନେ ରାସ୍ତା ଉପରେ ବସିରହିଥିଲେ । ଫଳରେ ସେହି ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ବସ,ଟ୍ରକ, କାର, ପିକଅପ ଭ୍ୟାନ, ଅଟୋରିକ୍ସା ପ୍ରଭୃତି ଅଟକି ରହିବା ଯୋଗୁଁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାସ୍ତାରୋକ ଯୋଗୁଁ ଲୋକମାନେ ହିନସ୍ତା ହୋଇଥିଲେ । ଏହି ରାସ୍ତାରୋକରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଦଶରଥ ମଳିକ, ପ୍ରମିଳା ସେଠୀ, ଖଗେଶ୍ୱର ମଳିକ, କଳ୍ପତରୁ ମଳିକ, ସଞ୍ଜୟ ଜେନା, ଅଜୟ ଜେନା, ନଗେନ୍ଦ୍ର ଜେନା, ସୁପ୍ରଭା ମଳିକ, ବିଳାସିନୀ ମଳିକ, ରୋହିତ ମଳିକ, ରାଜକିଶୋର ମଳିକ ପ୍ରମୁଖ ଶତାଧିକ ଦଳିତ ନେତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *