ଧାରପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା  ସଚେତନତା କାର୍ଯ୍ୟକ୍ରମ –

 ଯୋଗ ଦେଲେ ଯାଜପୁର ସାଂସଦ , ବିଡ଼ିଓ ।

ଯାଜପୁର, ୨୨/୦୨/୨୦୨୪ (ଓଡ଼ିଶା ସମାଚାର ସୁରେଶ କୁମାର କର  ) :  ବରୀ ବ୍ଲକ ଅନ୍ତର୍ଗତ ଧାରପୁର ପଞ୍ଚାୟତ ପକ୍ଷରୁ ନାଥପୁର କେନ୍ଦୁଆସ୍ଥିତ ଓଁକାର ମଣ୍ଡପରେ ବୁଧବାର ଦିନ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଯୋଗ ଦେଇ ରାଜ୍ୟର ଜନସାଧାରଣଙ୍କ ଉନ୍ନତି ପାଇଁ ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି । ସମଗ୍ର ଦେଶରେ ଆମ ରାଜ୍ୟ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବିଶେଷ କରି ମହିଳାମାନେ ଘର କୋଣରେ ନ ବସି ଆଜି ଦେଶବିଦେଶ ବୁଲିବାର ସୁଯୋଗ ସାଙ୍ଗକୁ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏ ସବୁ ସମ୍ଭବ ହୋଇଛି କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବୋଲି ସାଂସଦ ଶ୍ରୀମତୀ ସେଠୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ବରୀ ବିଡ଼ିଓ ପଞ୍ଚାନନ ମଲ୍ଲିକ, ଏବିଡ଼ିଓ ମହେଶ୍ୱର ସେଠୀ, ମହିଳା ମହାସଂଘର ବ୍ଲକ୍ ସଭାନେତ୍ରୀ ଜୋତ୍ସ୍ନା ନାଥଶର୍ମା ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

 ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ କୁନା ମଲିକ, ସମିତିସଭ୍ୟ ଶ୍ରୀଧର ସେଠୀ, କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡା, ସାହୁପଡ଼ା ସରପଞ୍ଚ ସଞ୍ଜୟ ସେଠୀ, ଅମଠପୁର ସରପଞ୍ଚ ଚିତ୍ତରଂଜନ ପୃଷ୍ଟି, ଇଶାଣପୁର ସମିତି ସଭ୍ୟ ଚିନ୍ତାମଣୀ ଜେନା ପ୍ରମୁଖ ଉପସ୍ଥିତ ରହିଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଡାଙ୍ଗୀ ମୁର୍ମୁ, ଗ୍ରାମରୋଜଗାର ସେବକ ତାପସ କୁମାର ସାମଲ, ପୂର୍ବତନ ସରପଞ୍ଚ ବିଜୟାନନ୍ଦ ଜେନା, ପୂର୍ବତନ ସମିତିସଭ୍ୟ ସୁରେଶ ମଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ପ୍ରଶାସନିକ ଅଧିକାରୀ, କନିଷ୍ଠଯନ୍ତ୍ରୀ, ମାଟ୍ରିକ ପରୀକ୍ଷାରେ ରାଜ୍ୟ ଟପର ହୋଇଥିବା ପଞ୍ଚାୟତର ଶ୍ରେୟଶ୍ରୀ ଜେନାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ବତନ ସରପଞ୍ଚ, ସମିତିସଭ୍ୟ, ଆର୍ଦଶ ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ , ବର୍ତ୍ତମାନର ସମସ୍ତ ୱାର୍ଡ ସଭ୍ୟସଭ୍ୟା, ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର, ମହାସଂଘ ସଭାନେତ୍ରୀ, ସମ୍ପାଦିକା, ସମସ୍ତ୍ ଇ. ସି. ମେମ୍ବର, ଅଙ୍ଗନବାଡି କର୍ମୀ, ସହକର୍ମୀ, ଆଶା କର୍ମୀମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

 କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିବା ସମସ୍ତ ସହଯୋଗୀ ଏବଂ ଗ୍ରାମବାସୀ ମାନଙ୍କୁ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସାମଲ ପ୍ରଶଂସା କରିବା ସହ ସାଂସଦଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।

 କାର୍ଯକ୍ରମ ଟି ବେଶ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିବାରୁ ଶ୍ରୀ ସାମଲ ସମସ୍ତ ଙ୍କୁ ସାଧୁବାଦ୍ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *