ଜୁନାଗଡ଼, ୨୧/୮/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) – ଦେଶବ୍ୟାପି ଭାରବନ୍ଦ ଆନ୍ଦୋଳନ କୁ ସମର୍ଥନ ଜଣାଇ ଜୁନାଗଡ଼ ରେ ମଧ୍ୟ ବନ୍ଦ ପାଳନସମ୍ପୂର୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା।
ଉଚ୍ଚତମ ନ୍ୟାୟାଳୟ ଆରକ୍ଷଣ ବିରୋଧୀ ଆଦେଶ ବିରୋଧରେ ଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଙ୍କ ଆରକ୍ଷଣ ବିରୋଧି ରାୟ ପ୍ରତିବାଦ ରେ ଦେଶବ୍ୟାପୀ ଅଗଷ୍ଟ ୨୧ ତାରିଖ ୧୨ଘଣ୍ଟିଆ ଭାରତ ବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଏହାର ପ୍ରଭାବ ଜୁନାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ଦେଖିବାକୁ ମିଳିଛି । ଏହି ବନ୍ଦ ପରିପ୍ରେକ୍ଷୀରେ ଆଜି ସକାଳ ଏସଟି ଏସସି ଅଧିକାର ସୁରକ୍ଷା ମହାସଂଘ ସଭାପତି ହୃଦାନନ୍ଦ ମାଝୀ ଓ ସମ୍ପାଦକ ରଞ୍ଜନ କୁମାର ଜାଲଙ୍କ ନେତୃତ୍ୱରେ ଶତାଧିକ ଆନ୍ଦୋଳନ କାରୀ ସହର ମଧ୍ୟରେ ପିକେଟିଂ କରି ଦୋକାନବଜାର ବନ୍ଦ କରିଥିଲେ। ଏଥିସହ ୬ଘଣ୍ଟା ସମୟ ରୁ ଜୁନାଗଡ଼ ନିଜକଟସ୍ଥ ହାତୀନଦୀ ବ୍ରିଜ ଜାତୀୟ ରାଜପଥ ଉପରେ, କଳମପୁର ଛକ ଏବଂ ଓରିଏନ ଛକ ନିକଟରେ ଆନ୍ଦୋଳନ କାରି ମାନେ ଉପସ୍ଥିତ ରହି ଯାନବାହାନ ଅଟକାଇ ଥିଲେ ।
ଶତାଧିକ ଆନ୍ଦୋଳନକାରୀ ବ୍ୟାନର ଦେଇ ରାସ୍ତା ଅବରୋଧ କରି ବନ୍ଦ କରିଥଲେ।ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାତାୟାତ ଠପ ହୋଇଯାଇଥିଲା । ବନ୍ଦ ଯୋଗୁ ରାସ୍ତା ର ଉଭୟ ପାର୍ଶ୍ଵ ରେ ସହସହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା ଏଥିଯୋଗୁଁ ଅନେକ ଯାତ୍ରୀ ଅଟକି ରହିଥିଲେ । ଭାରତ ବନ୍ଦକୁ ସ୍ଥାନୀୟ ବଣିକ ସଂଘ ସମର୍ଥନ ଜଣାଇ ସ୍ବତ ପ୍ରବୃତ ଭାବେ ଦୋକାନ ବଜାର ବନ୍ଦ କରି ଥିଲେ।ସେହିପରି ଆନ୍ଦୋଳନ କାରୀମାନେ ସ୍କୁଲ ,କଲେଜ,ବ୍ୟାଙ୍କ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ କରିଥିଲେ।ଏହି ଭାରତ ବନ୍ଦ ଆନ୍ଦୋଳନ ରେ ଜୁନାଗଡ଼ ଏସଟି ଏସସି ଅଧିକାର ସୁରକ୍ଷା ମହାସଂଘର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଜାତୀନ୍ଦ୍ର କର ,ଚିତ୍ତ ନିଆଲ,ବିଶ୍ୱନାଥ କର, ହରେକୃଷ୍ଣ ମାଝୀ, ନରେନ୍ଦ୍ର କ୍ଷିତି, ସୁଶାନ୍ତ ନାଏକ, ପୂର୍ନେନ୍ଦୁ ମାଝୀ, ଭାରତ ମଝି,ଶରତ ଶବର,ଅଶୋକ ଶବର ପଦ୍ମଲୋଚନ ଶବର, ପଦ୍ମଲୋଚନ ନାଏକ, ହରିଷମଝି, ଦୁର୍ଯୋଧନ ମାଝୀ ,ବାଦଲ ଶବର, ରତନ ଧଙ୍ଗଡ଼ା ମାଝୀ, ଗୌରାଙ୍ଗ ମାଝୀ, ଅଞ୍ଜନ କ୍ଷିତି, ଶିବମହାନନ୍ଦ, ଦୁଷ୍ମନ୍ତ ନାଏକ, ବିକ୍ରମ କନ୍ଦପାନ, କାନୁ ବେଶ ରା ସିକନ୍ଦର ମାଝୀ,ନିଖିଳ ମାଝୀ, କମଳା ବେଶରା, ସୁନୀଲ ନାଏକ,ଓ ସମାଜ ବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ, ସମାଜସେବୀ ଉଦ୍ଧବ ଚରଣ ସାହୁ ,ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ର ଅନେକ କର୍ମକର୍ତ୍ତା ସମେତ ସମସ୍ତ ବହୁଜନ ପ୍ରେମୀ, ଏବଂ ଶହ ଶହ ଜନସାଧାରଣ ଉପସ୍ଥିତରହି ବନ୍ଦପାଳନ କୁ ସମର୍ଥନ ଜଣାଇ ସାମିଲ ହୋଇଥିଲେ । ପରେ ନିର୍ଦ୍ଧାରିତ ସମୟ ର ଆନ୍ଦୋଳନ କାରୀମାନେ ବନ୍ଦ ପଲନରୁ ଓହରି ଥିଲେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହୋଇଥିଲା।
