ଡେରାସସ୍ଥିତ ସି-ଫୁଡ୍‌ ପାର୍କ ପରିଦର୍ଶନ କଲେ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ

#      ୧୫ ହଜାର ଯୁବକଯୁବତୀଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ, ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ସୁଯୋଗ

#      ନିର୍ମାଣ ହେବକର୍ମଜୀବୀହଷ୍ଟେଲ

#      ଅବଶିଷ୍ଟ ୟୁନିଟ୍‌ ପ୍ରତିଷ୍ଠା କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ଲୋଡ଼ାଯିବ

ଭୁବନେଶ୍ୱର,୦୧/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୂର୍ବାହ୍ନରେ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଡେରାସ ସ୍ଥିତ ସି-ଫୁଡ୍‌ ପାର୍କ ଶିଳ୍ପାଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଶିଳ୍ପାଞ୍ଚଳର ବିଭିନ୍ନ ଉଦ୍ୟୋଗ ବୁଲି ଦେଖିବା ସହ ସଂପୃକ୍ତ ଅଂଶୀଦାର ମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କର ବିଭିନ୍ନ ଦାବି ଉପରେ ବିଚାର ବିମର୍ଶ କରି ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀଙ୍କ ଶିଳ୍ପୋଦ୍ୟୋଗ ପରିଭ୍ରମଣ ପରେ ଏଠାରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଇଡ୍‌କୋ ଦ୍ୱାରା ଅଧିକୃତ୧୫୧ ଏକର ଜମିରୁ ୮୮ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଦିଆଯାଇଛି । ଉକ୍ତ ଶିଳ୍ପାଞ୍ଚଳରେ ୧୭ଟି ସଂସ୍ଥା ସେମାନଙ୍କ ଉଦ୍ୟୋଗ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥି ମଧ୍ୟରୁ ୩ଟି ସଂସ୍ଥା କାର୍ଯ୍ୟରତ ଥିବାବେଳେ ଆଉ ୪ଟି ସଂସ୍ଥା ସେମାନଙ୍କ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଏଥି ସହ ଆଉ ୧୦ଟି ସଂସ୍ଥା ନିଜ ନିଜର ଉଦ୍ୟୋଗ ଖୋଲିବା ପାଇଁଜମି ନେଇଛନ୍ତି । ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ସହ କିଭଳି ଖୁବ୍‌ଶୀଘ୍ର ସେମାନେ ଉଦ୍ୟୋଗ ପ୍ରତିଷ୍ଠା କରିବେ ସେ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଥିଲେ । ଏହା ଦ୍ୱାରା ପ୍ରାୟ ୧୦ ହଜାରମହିଳାଙ୍କ ସମେତ ୧୫ ହଜାର ଯୁବକଯୁବତୀ ରୋଜଗାରକ୍ଷମ ହୋଇପାରିବେ । ଏତଦ୍‌ ବ୍ୟତୀତଏହି ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ରହିବା ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ସହ ବିଚାର ବିମର୍ଶ ଜାରି ରଖିଛନ୍ତି । ରାଜ୍ୟରେ ଶିଳ୍ପାୟନକୁ ଗୁରୁତ୍ୱ ଦେବାସହ ବିଭିନ୍ନ ଜିଲ୍ଲାରେ ଏହିଭଳି ଆଉ ୧୧ଟି ପାର୍କ ପ୍ରତିଷ୍ଠା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ । ଏଥି ନିମନ୍ତେ ସ୍ଥଳ ବିଶେଷରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶୁ୍ରତି ଦେବା ସହ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ମନ୍ତ୍ରୀ ଶ୍ରୀସ୍ୱାଇଁ ସ୍ଥାନୀୟ ଲୋକମାନଙ୍କ ସହଯୋଗ ଲୋଡ଼ିଥିଲେ । ଏହା ପୂର୍ବରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୩ ଗୋଟି ଇଣ୍ଡଷ୍ଟ୍ରିଆଲ୍‌ ୟୁନିଟ୍‌ ବୁଲି ଦେଖିଥିଲେ ।

        ମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦରସିଂ ପୁନିଆ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀସୁରେଶ ଚନ୍ଦ୍ର ଦଳାଇ, ସିଜିଏମ୍‌ ଶ୍ରୀ ବିଜୟ ଚନ୍ଦ୍ର ତି୍ରପାଠୀ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀନୀତିଶ ତି୍ରପାଠୀ, ଇଡ୍‌କୋ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *