କଟକ ,୨୧/୮/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- କଟକ ମଶଗଳ ମାହାଙ୍ଗା ଥାନା ସମ୍ମୁଖରେ ଗତ ୧୬ ତାରିଖ ରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିବା ମହିଳା ରଶ୍ମିତା ଦାସ ଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ ସି ବି ମେଡିକାଲ ରେ ମୃତ୍ୟୁ ହୋଇଯାଇଛି । ମାହାଙ୍ଗା ଖର୍ତାଙ୍ଗ ଗ୍ରାମର ଶଙ୍କର ଦାସ ଙ୍କ ପତ୍ନୀ ରଶ୍ମିତା ଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଗତ ୧୬ ତାରିଖରେ ଏକ ମିଥ୍ୟା ମାମଲାରେ ସ୍ବାମୀଙ୍କୁ ଫସାଇ ଦେଇଥିବା ଅଭିଯୋଗ କରି ଥାନାକୁ ଆସି ଅଭିଯୋଗ କରି ଥିଲେ ମହିଳା । ମାହାଙ୍ଗା ପୋଲିସ ସ୍ୱାମୀ ଶଙ୍କର ଙ୍କୁ ଥାନାରେ ଗାଳିଗୁଲଜ ତଥା ମାଡ଼ ମାରିଥିବା ଅଭିଯୋଗ ଆଣି ଥାନା ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଥିଲେ । ଫଳରେ ତାଙ୍କ ଶରୀରର ୬୦ ଭାଗରୁ ଉର୍ଧ୍ଵ ଜଳିଯାଇଥିଲା । ଗତ ୬ ଦିନ ଧରି ଚିକିତ୍ସିତ ହେଉଥିଲେ ହେଁ ରଶ୍ମିତା ଙ୍କର ଆଜି ମୃତ୍ୟୁ ଘଟିଛି । ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ପ୍ରକାଶ ପାଇଛି ।