ବ୍ରହ୍ମାକୁମାରୀସ୍ ଓମ୍ ନିବାସରେ ୪୮ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,୨୧/୦୧/୨୦୨୪ (ଓଡ଼ିଶା ସମାଚାର)- ବ୍ରହ୍ମାକୁମାରୀଜ୍, ଓମ୍ ନିବାସର ୪୮ତମ ବାର୍ଷିକ ଉତ୍ସବ ପାଳନ ତା ୨୧.୦୧.୨୦୨୪ରିଖ ରବିବାର ରିଜିଓନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଜୁକେସନ୍, ଜବାହାରଲାଲ ନେହେରୁ ମାର୍ଗ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ପ୍ରଥମେ ସ୍ୱାଗତ ଗୀତ ବି.କେ. ଭାନୁଲତା ଓ ସ୍ୱାଗତ ନୃତ୍ୟ ପ୍ରାଚୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ତା’ପରେ ଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଭିଡ଼ିଓ ପ୍ରଦର୍ଶନୀ ମାଧ୍ୟମରେ ବାର୍ଷିକ ରିପୋର୍ଟର ବିବରଣୀ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଅରବିନ୍ଦ ଢାଲି, ମାନ୍ୟବର ଜୟଦେବ ବିିଧାୟକ, ମୁଖ୍ୟବକ୍ତା ଭାବେ ମାଉନ୍ଟଆବୁର ଆସିଥିବା ବରିଷ୍ଠ ରାଜଯୋଗୀ ବ୍ରହ୍ମାକୁମାର ଆତ୍ମପ୍ରକାଶ ଭାଇ ଯୋଗଦେଇ ସଂସ୍ଥା ଦ୍ୱାରା ପ୍ରଦ ରାଜଯୋଗର ମହତ୍ୱକୁ ପ୍ରତିବାଦିତ କରିଥିଲେ ଓ ରାଜଯୋଗ ମେଡିଟେସନ୍ ର ଅନୁଭୂତି କରାଇଥିଲେ । ସମ୍ମାନନୀୟ ଅତିଥି ଭାବେ ଲୋକାୟୁକ୍ତ ସଭ୍ୟ ଶ୍ରୀଯୁକ୍ତ ଦେବବ୍ରତ ସ୍ୱାଇଁ, ଲୋକାୟୁକ୍ତ ଇନକ୍ୱ୍ୟାରୀ ନିର୍ଦ୍ଧେଶକ ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନ (ଆଇ.ଏ.ଏସ୍.), ରିଜିଓନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଜୁକେସନ୍ ର ପ୍ରିନ୍ସିପାଲ୍ ପ୍ରଫେସର ପି.ସି. ଅଗରୱାଲ୍ ଓ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଶ୍ରୀଯୁକ୍ତ ଯୁଗଳ କିଶୋର ସାହୁ ଯୋଗଦେଇ ସଂସ୍ଥାର ବିଶ୍ୱବ୍ୟାପୀ ସେବା ପାଇଁ ଭୂୟସୀ ପ୍ରଶଂସା କରିଥିଲେ ।
ଏଥିରେ ସହରର ବିଭିନ୍ନ ପ୍ରାନ୍ତରୁ ବ୍ରହ୍ମାକୁମାରୀ ଭାଇ ଓ ଭଉଣୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ଏତଦ୍ ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛୋଟ ଛୋଟ ଶିଶୁ କଳାକାରମାନେ ନିଜର ନୃତ୍ୟ ପରିବେଷଣ କରି ସମସ୍ତଙ୍କର ମନ ମୁଗ୍ଧ କରିଥିଲେ । ଏଥିରେ ସଭାପତିତ୍ୱ କରିଥିଲେ ମୁଖ୍ୟ ସେବାକେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ଗୀତା ଭଉଣୀ ।
ଏତଦ୍ ବ୍ୟତୀତ ନ୍ୟାସ୍ନାଲ୍ କାମ୍ପେନିଙ୍ଗ୍ “ୟୁଥ୍ ଇଣ୍ଡିଆ ହେଲ୍ଦି ଇଣ୍ଡିଆ”ର ଶୁଭାରମ୍ଭ କରାଯାଇଥିଲା । ଏଥିରେ ପ୍ରାୟ ୧୦୦ ଜଣ ଯୁବା ଭାଇ ଭଉଣୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *