ମାହାଙ୍ଗା,୨୧/୮/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ ମାଣିତିରି ଗ୍ରାମର ଆଧ୍ୟାତ୍ମିକବାଦୀ ଶତାୟୁ ପୁରୁଷ ତଥା ଗ୍ରାମ୍ୟ ମନ୍ଦିରର ମୁଖ୍ୟ ପୂଜକ ସ୍ବର୍ଗତ ବସନ୍ତ ଶତପଥୀଙ୍କ ଦ୍ଵାଦଶାହ ତିଥିରେ ତା’ଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ପହଂଚି ଦିବଂଗତ ପୁରୁଷଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।
ମାନବୀୟ ଚେତନାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଶତାୟୁ ପୁରୁଷ ସ୍ବର୍ଗତ ଶତପଥୀ ଗ୍ରାମାଞ୍ଚଳରେ ଆଧ୍ୟାତ୍ମିକତାର ଆଲୋକବର୍ତ୍ତିକା ସାଜିଥିଲେ ବୋଲି ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମତବ୍ୟକ୍ତ କରିଥିଲେ । କଟକ ସଦର ବିଧାୟକ ଇଞ୍ଜିନିଅର ପ୍ରକାଶ ଚନ୍ଦ୍ର ସେଠୀ କହିଲେ ମାହାଙ୍ଗା ମାଟି ଏଭଳି ଜଣେ ଆଧ୍ୟାତ୍ମିକ ଚେତନାର ଶତାୟୁ ପୁରୁଷଙ୍କ ପାଇଁ ଗର୍ବିତ । ବିଜେପିର ଯୁବ ନେତା ଅଭୟ ବାରିକ ସ୍ବର୍ଗତ ଶତପଥୀଙ୍କ ଅମୃତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ତ୍ୟାଗ ଓ ସେବା ମଣିଷର ଅସଲ ପରିଚୟ ବୋଲି କହିଥିଲେ । ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଶତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁଣ୍ଡି ସେବା ସମବାୟ ସମିତି ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି, ସମିତିସଭ୍ୟ ମନୋରଞ୍ଜନ ନାୟକ,ସମିତିସଭ୍ୟ ଧୃବାନନ୍ଦ ସାମଲ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା,ପୂର୍ବତନ ସରପଞ୍ଚ କିଶୋର ରାଉତ, ଆଇନୀଜୀବୀ ଗୌତମ ଶତପଥୀ,ପୂର୍ବତନ ଅଶୋକ ବିଶ୍ୱାଳ,ନାରୀନେତ୍ରୀ ଯାଜ୍ଞସେନୀ ଜେନା, ସମାଜସେବୀ ଭକ୍ତ ଚରଣ ସ୍ୱାଇଁ, କୃଷକ ନେତା ବିଶ୍ୱନାଥ ଜେନା, ସମିତିସଭ୍ୟ ଦେବବ୍ରତ ମହାନ୍ତି,କୁସୁପୁର ସମବାୟ ସମିତି ସଭାପତି ପ୍ରଶାନ୍ତ ରାଉତରାୟ, ତ୍ରିଲୋଚନ ପ୍ରହରାଜ, ସାମ୍ବାଦିକ ଯଯାତି ସିଂ,ସାମ୍ବାଦିକ ଅସିତ ସାମଲ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ସ୍ବର୍ଗତ ଶତପଥୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।