ବିରଜା ଶ୍ରୀ ବାଣିଜ୍ୟ ମେଳା ୨୦୨୩ ଉଦ୍ଘାଟିତ

୨୦୦ଟି ସ୍ୱଂସାହାକ ଗୋଷ୍ଠୀ ଭାଗନେଇଛନ୍ତି
ଯାଜପୁର, ୧୪/୧୧/୨୦୨୩ (ଓଡ଼ିଶା ସମାଚାର)- ଯାଜପୁର ଗଣପର୍ବ କାଳିପୂଜା ଉପଲକ୍ଷେ ଶ୍ରୀ ପଲ୍ଲୀଶ୍ରୀ ମେଳାକୁ ଯାଜପୁର ପ୍ରକଳ୍ପ ନିର୍ଦ୍ଧେଶକ ଅଶୋକ କୁମାର ବେହୁରିଆ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଯାଜପୁର ପୌରପାଳିକା ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟମଣୀ ପାଟଯୋଶୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ନାବାଡ଼ର ଏ.ଜି.ଏମ୍ ସୁବ୍ରତ କୁମାର ସାହୁ, ଉଦ୍ଘାଟନ କରିଥିଲେ । ଆଜିର ଏହି ମେଳାରେ ନାବାଡ଼ ତରଫରୁ ୧୦୦ଟି ସ୍ୱୟଂସହାୟକ ଗୋଷ୍ଠୀ ଭାଗ ନେଇଛନ୍ତି । ସାତଦିନ ବ୍ୟାପି ଚାଲିବାକୁ ଥିବା ଏହି ପଲ୍ଳୀଶ୍ରୀ ମେଳାରେ ୨୦୦ ରୁ ଊଦ୍ଧ୍ୱର୍ ଷ୍ଟଲ ଖୋଲା ଯାଇଅଛି । ଏଥିରେ ଯାଜପୁର ଜିଲାରୁ ନାବାର୍ଡ଼ ତରଫରୁ ୧୦୦ଟି ମହିଳା ସ୍ୱୟଂସାହାୟକ ଗୋଷ୍ଠୀ ଅଂଶଗ୍ରହଣ କରି ବିଭିନ୍ନ ସାମଗ୍ରୀ ମାନ ବିକ୍ରି କରୁଛନ୍ତି ଏବଂ ଜିଲା ବାହାରୁ ଓଡ଼ିଶାରୁ ଅନେକ ସ୍ୱୟଂସହାୟକ ଗୋଷ୍ଠୀ ଭାଗ ନେଇଛନ୍ତି । ଭାରତ ସରକାରଙ୍କ ବୟନିକା ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୁଣାକାରମାନେ ସ୍ୱତନ୍ତ୍ର ଷ୍ଟଲ୍ ଖୋଲିଛି । କୃଷିବିଭାଗର ମୋ ଖତ ଉପକାରିତା ଉପରେ ବିକ୍ରୟ କେନ୍ଦ୍ର ଖୋଲାଯାଇଅଛି । ନାବାର୍ଡÿ ସହାୟତାରେ ପ୍ରସିଦ୍ଧ ଛେନାପୋଡ଼ ନୟାଗଡ଼ ଜିଲାରୁ ଷ୍ଟାଲ୍ ଖୋଲାଯାଇଅଛି । ଅନୁଗୁଳ ଜିଲାରୁ ପାଲଗଡ଼ା ବ୍ଲକ ସ୍ୱୟଂସହାୟକ ଗୋଷ୍ଠୀର ମାଆ ମାନେ ଝୁଣା, ରାଶି ତେଲ, ଜଡ଼ା ତେଲ, ନିମ୍ବତେଲ ବିଭିନ୍ନ ପ୍ରକାର ବନ ଔଷଧିୟ ତେଲ ଏବଂ ସାମଗ୍ରୀ ଷ୍ଟଲ୍ ରେ ସ୍ଥାନ ପାଇଛି । ବିରଜା ଶ୍ରୀବାଣିଜ୍ୟ ମେଳାରେ ସାତଦିନ ବ୍ୟାପି ଯାଜପୁର ବାସୀ ମନୋରଂଜନ କାର୍ଯ୍ୟ ଦେଖିବା ସହିତ ବିଭିନ୍ନ ଜିନିଷପତ୍ର କିଣିପାରିବେ । ଏଥି ସହିତ ଜିଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ଗାଡ଼ି ରଖିବା ପାଇଁ ସ୍ଥାନ, ପିଇବା ପାଣି, ଅସ୍ଥାୟୀ ଲାଟିନ୍ ର ବ୍ୟବସ୍ଥା କରଯାଇଥିବାର ଦେଖିବାକୁ ମଳିଛି । ତଦ୍ସହିତ ମହିଳା ସ୍ୱୟଂସହାୟକ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ଅଛି । ଆସନ୍ତା ଶନିବାର ପର୍ଯ୍ୟନ୍ତ ଏହି ବାଣିଜ୍ୟ ମେଳା ଚାଲୁ ରହିବ ଏବଂ ରବିବାର ଓ ସୋମବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *