ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜନ।

ଯାଜପୁର,୦୯/୦୫/୨୦୨୫ (ଓଡ଼ିଶା ସମାଚାର)- ଉପନିବନ୍ଧକ ସମବାୟ ସମିତି ସମୂହ ଯାଜପୁର ଉପଖଣ୍ଡ ଓ ଯାଜପୁର ଜିଲ୍ଲା ରେଡକ୍ରସ ସୋସାଇଟି ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ରକ୍ତ ଦାନ ଶିବିରକୁ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଉକ୍ତ ଶିବିରରେ ଯାଜପୁର ଉପଖଣ୍ଡର ଉପନିବନ୍ଧକ ସମବାୟ ସମିତି ସମୂହ ଶ୍ରୀ ଅମୂଲ୍ୟ କୁମାର ସେଠୀ, ଜିଲ୍ଲା ଜରୁରକାଳୀନ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା, ସମବାୟ ସମିତି ସମୂହର ଉପ ସହକାରୀ ନିବନ୍ଧକ ଶ୍ରୀ ଦେବେନ୍ଦ୍ର ନାୟକ, ଶ୍ରୀ ମନମୋହନ ରାଉତ, ଶ୍ରୀ ରଜତ କୁମାର ପାଣି, ଶ୍ରୀ ନିହାର ରଞ୍ଜନ ମିଶ୍ର, ଶ୍ରୀମତୀ ନିବେଦିତା ସାମଲ, ସମବାୟ ନିରୀକ୍ଷକ ଶ୍ରୀ ଅଲେଖ ପ୍ରସାଦ ସାହୁ, ଶ୍ରୀ ରାଜୀବ ଲୋଚନ ପଣ୍ଡା, ଶ୍ରୀମତୀ ସୁବନିତା ରାୟ, ଶ୍ରୀ ପ୍ରଭାତ କୁସୁମ ବାରିକ, ଶ୍ରୀ ବସନ୍ତ କର ପ୍ରମୁଖ ଯୋଗ ଦେଇଥିଲେ।

ଏଆରସିଏସ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଦିଲୀପ ଶତପଥୀ (ଏସ.ଓ), ଶ୍ରୀ ନାରାୟଣ ଚନ୍ଦ୍ର ସାହୁ, ଶ୍ରୀ ଅଭୟ ମଲ୍ଲିକ, ଶ୍ରୀ ପ୍ରଦ୍ୟୁମ୍ନ ବାରିକ, ଶ୍ରୀ ବିଶ୍ଵନାଥ ପଣ୍ଡା, ଶ୍ରୀ ନିମାଇଁ ଚରଣ ନାୟକ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ରକ୍ତଦାନ ପରିଚାଳନାରେ ସହଯୋଗ କରିଥିଲେ।

ସମିତିର ସମ୍ପାଦକ ଶ୍ରୀ ଅଶ୍ଵିନୀ କୁମାର ସାମଲ, ଶ୍ରୀ ଗୋଲକ ଚନ୍ଦ୍ର ବାରିକ ତଥା ଅନ୍ୟ କର୍ମଚାରୀ ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥଲେ। ସମୁଦାୟ ୨୯ ଜଣ ରକ୍ତ ଦାତା ଆଜିର ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ।

ଯାଜପୁର ଜିଲ୍ଲା ଚିକିତ୍ସାଳୟର ବି.ସି.ଏମ.ଓ ଡାକ୍ତର ପ୍ରଶାନ୍ତ କୁମାର ବିଶ୍ବାଳ, ପାର୍ଥସାରଥୀ ପୁହାଣ, ବିଶ୍ବରଂଜନ ଓଝା, ଅଜୟ କୁମାର ଜେନା, ତରୁଣ କୁମାର ନାୟକ,   ପ୍ରମୁଖ ରକ୍ତ ସଂଗ୍ରହଣ କରିବାରେ ସହାୟତା କରିଥିଲେ।

ବାସ୍ତବରେ ଆଜି ସାରା ଭାରତ ବର୍ଷରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସମବାୟ ବିଭାଗ ତରଫରୁ ଆୟୋଜିତ ରକ୍ତଦାନ ଶିବିର ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତପ୍ରକାଶ ପାଇବା ସଙ୍ଗେ ସଙ୍ଗେ ରକ୍ତଦାତା ମାନଙ୍କୁ ବିଭିନ୍ନ ସଙ୍ଗଠନ ତଥା ଜନ ସାଧାରଣଙ୍କ ତରଫରୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଉକ୍ତ ରକ୍ତଦାନ ଶିବିର ଆୟୋଜନ ନିମନ୍ତେ ଯାଜପୁର ଜିଲ୍ଲା ରେଡକ୍ରସ ସୋସାଇଟିର ସମ୍ପାଦକ ଶ୍ରୀଯୁକ୍ତ କୂଳମଣି ନାୟକଙ୍କର ଅବଦାନ ଖୁବ୍ ପ୍ରଶଂସନୀୟ।

Leave a Reply

Your email address will not be published. Required fields are marked *