ନୂଆ ଜଗନ୍ନାଥ ସଡକ କୁ ଭାରତମାଳା ପ୍ରକଳ୍ପ ରେ ସାମିଲ କରିବାକୁ ଦାବି 

  ନିରାକାର ପୁର, ୧୪/୧୧/୨୦୨୩ (ଓଡ଼ିଶା ସମାଚାର)-  ବର୍ତମାନ ଜାତୀୟ ରାଜପଥ ବିଭାଗ ୧୬ନମ୍ବର ଜାତୀୟ ରାଜପଥ ରୁ ଭାରତମାଳା ପ୍ରକଳ୍ପ ରେ ୪ ଥାକିଆ ଜାତୀୟ ରାଜପଥ ଖୋର୍ଦ୍ଧା ର ରାମେଶ୍ୱର ରୁ ପଶ୍ଚିମବଙ୍ଗ ର ଦିଘା ପର୍ଯ୍ୟନ୍ତ କରିବା ପାଇଁ ଯୋଜନା କରୁଛନ୍ତି . କିନ୍ତୁ ଦୁଃଖ ର ବିଷୟ ଏହି ପ୍ରକଳ୍ପ ଟିରେ ବହୁ ପୂର୍ବରୁ ଖୋଦ ଜାତୀୟ ରାଜପଥ ବିଭାଗ ର କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଙ୍କ ଦ୍ୱାରା ଘୋଷିତ ହେଇ ଥିବା ନୂତନ ଜାତୀୟ ରାଜପଥ ନୂଆ ଜଗନ୍ନାଥ ସଡକ କୁ ସାମିଲ ନ କରାଯାଇ ଚାଷ ଜମି ଏବଂ ସମ୍ପୂର୍ଣ ତଳିଆ ଅଂଚଳରେ ଗୋଟିଏ ୪୫ ମିଟର ଓସାର ଏବଂ ବହୁତ ଉଚ୍ଚତା ବିଶିଷ୍ଟ ଉପକୂଳ ରାଜପଥ କରିବା ପାଇଁ ଯୋଜନା ଚାଲିଛି । ଯେଉଁ ଥିରେ କଣାସ ଅଂଚଳ ର ଅନେକ ଉର୍ବର ଚାଷ ଜମି ନଷ୍ଟ ହେବ ସହ ଆଗାମୀ ଦିନ ରେ ଜଳ ନିଷ୍କାସନ ର ଅସୁବିଧା ଉପଜୀବ ବୋଲି ଜଳ ଜଳ ହେଇ ଦିଶିଲାଣି ।ସେହିପରି ଏତେ ବଡ ପ୍ରକଳ୍ପ ଏବଂ ଏତେ ପଇସା ଖର୍ଚ କରି ରାସ୍ତା ତିଆରି କରାଯିବ କିନ୍ତୁ ନିରାକାରପୁର , କଣାସ ର ମୁଖ୍ୟ ଅଂଚଳ ର ଲୋକ ମାନେ ଏତେ ବଡ ପ୍ରକଳ୍ପ ରୁ ଟିକିଏ ବି ସୁବିଧା ପାଇ ପାରିବେନି ।ଅଳ୍ପ କିଛି ଲୋକଙ୍କ ପାଇଁ ଚକା ଚକ ରୋଡ଼ ହେଉ ଥିଲା ବେଳେ ଯେଉଁ ପଟେ ଅଧିକ ଲୋକ ଅଛନ୍ତି ସେମାନେ ସେମିତି ଖଣ୍ଡିଆ ଖାବରା ରୋଡ଼ ଦେଇ ଗାଁ ଭିତରେ ବୁଲାଣି ରାସ୍ତା ଦେଇ ଯିବେ । କାରଣ ନୂଆ ଜଗନ୍ନାଥ ସଡକ ରେ ଆଜି ଯାଏଁ ନା ବାଇପାସ କରାଯାଇଛି ନା ଏହି ରାସ୍ତାର ସମ୍ପୂର୍ଣ ଉନ୍ନତି କରାଯାଇଛି । ଏଭଳି ପରିସ୍ଥିତି ରେ ଯଦି ଆଉ ଗୋଟେ ରାସ୍ତା ହୁଏ ତେବେ ନୂଆ ଜଗନ୍ନାଥ ସଡକ ଦେଇକି କୌଣସି ଗାଡି ଭବିଷ୍ୟତ ରେ ଯିବ ନାହିଁ । ଏ ରାସ୍ତା ରେ ଥିବା ଅନେକ ବ୍ୟବସାୟିକ ପ୍ରତିଷ୍ଠାନ , ପେଟ୍ରୋଲ ପମ୍ପ , ହୋଟେଲ , ଢ଼ାବା , ଗ୍ୟାରେଜ ଆଦି ବନ୍ଦ ହୋଇଯିବ . ଖୋଦ କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ୱାରା ଜାତୀୟ ରାଜପଥ ହେବ ବୋଲି ଘୋଷିତ ହେଇଥିବା ରାସ୍ତା ଟିକୁ କିପରି ଜାତୀୟ ରାଜପଥ ବିଭାଗ ବାଦ ଦେଲା ବୁଝା ପଡୁନି ।କିନ୍ତୁ ଜଣା ପଡୁଛି ଯେ କିଛି ଗୋଟେ ଷଡଯନ୍ତ୍ର କରାଯାଇ ନୂଆ ଜଗନ୍ନାଥ ସଡକ ର ଗାରିମା କୁ ନଷ୍ଟ କରିଦେବା ସହ ରାସ୍ତା ଟି ଯେପରି ଏହି ବଡ ପ୍ରକଳ୍ପ ରେ ସାମିଲ ନ ହେଉ ସେଥିପାଇଁ ସମସ୍ତ ଅପଚେଷ୍ଟା କରାଯାଉଛି ।ଏହି ରାସ୍ତା ଟିରେ ଭାରତମାଳା ର ପ୍ରକଳ୍ପ କରାଗଲେ ଅଧିକ ଲୋକ ଉପକୃତ ହେବେ ।ଚାଷ ଜମି ନଷ୍ଟ ହେବାରୁ ବଂଚି ଜିବା ସହ ବହୁତ ଲୋକଙ୍କର ରୋଜଗାର ବଢିବ । ତେଣୁ ଏହି ରାସ୍ତା ଟିକୁ ଭାରତମାଳା ର ପ୍ରକଳ୍ପ ରେ ସାମିଲ କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *