ଶିଶୁ ଦିବସ ଉପଲକ୍ଷେ କସ୍ତୁରୀ କାର୍ଯ୍ୟକ୍ରମ

ନିରାକାରପୁର ୧୪/୧୧/୨୦୨୩ (ଓଡ଼ିଶା ସମାଚାର)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର , ଆର୍ଯ୍ୟବିହାର ପରିସରରେ “ଶିଶୁଦିବସ” ମହାଆଡମ୍ବରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ବିକାଶ ପାଇଁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘କସ୍ତୁରୀ’ ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଉଦଘାଟନ କରିଥିଲେ ।ଶିଶୁ ଦିବସ ଉପଲକ୍ଷେ ଶିଶୁମାନେ ଦେଶର ଭବିଷ୍ୟତ ବୋଲି ସେ ବକ୍ତବ୍ୟ ରଖିଥିଲେ । ଉଭୟ ପର୍ଯ୍ୟାୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅଭିନୟ, ଏକକ ଅଭିନୟ , ନୃତ୍ୟ , ସଙ୍ଗୀତ ପରିବେଶଣ କରାଯାଇଥିଲା ।ପ୍ରାୟ ୮୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଆଚାର୍ଯ୍ୟ ବିନୋଦ ବିହାରୀ ସେଠୀ ମଂଚ ପରିଚାଳନା କରିଥିଲେ । ସାଂସ୍କୃତିକ ପ୍ରମୁଖ ନିହାର ଗୁରୁଜୀ , ପବିତ୍ର ଗୁରୁଜୀ , ସୁମିତ୍ରା ଗୁରୁମା , ରଶ୍ମିତା ଗୁରୁମା , ଅନୁରାଧା ଗୁରୁମା ଆଦିଙ୍କ ସହେଯାଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ବିଦ୍ୟାଳୟର ଅଚାର୍ଯ୍ୟା ରାଜଲକ୍ଷ୍ମୀ ଗୁରୁମା , ରୀନା ଗୁରୁମା , ସାଧନା ଗୁରୁମା , ଧରିତ୍ରୀ ଗରୁମା , ସୁଜାତା ସାମନ୍ତରାୟ ଗୁରୁମା , ବୀଣା ଗୁରୁମା ,ଆଚାର୍ଯ୍ୟ ଲଲାଟ ଗୁରୁଜୀ , ବିନୋଦ ଗୁରୁଜୀ , ଆଦିତ୍ୟ ଗୁରୁଜୀ , ଲିପକ ଗୁରୁଜୀ , ସର୍ବଶ୍ୱେର ଗୁରୁଜୀ , କିଶୋର ଗୁରୁଜୀ ଓ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *