କଟକ ସଦର,୨୯/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ର ତହସିଲଦାରଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବିବାଦୀୟ ହେଉଥିବା ଅଭିଯୋଗ ହୋଇ ଆସୁଥିଲା ବେଳେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି। ତହସିଲ ଏବେ ଦଲାଲ୍ ମାନଙ୍କ କବଜାରେ ରହିଥିବା ବେଳେ ତହସିଲଦାର ଏହାର ଭରପୁର ଫାଇଦା ହାତଉଥିଵା ଚର୍ଚ୍ଚା ହେଉଛି।
ତହସିଲରେ ଉପ ନିବନ୍ଧକ କାର୍ଯ୍ୟାଳୟ ଖୋଲିଥିବାରୁ ଅଣ ଲାଇସେନ୍ସ ପ୍ରାପ୍ତ ମୋହରିର ମାନେ ମନ ଇଚ୍ଛା ଶୋଷଣ କରୁଥିବା ଜଣାପଡିଛି। ଏପରିକି ଦଲିଲ୍ ଲେଖା ସରିଥିଲେ ମଧ୍ୟ ଉପ ନିବନ୍ଧକଙ୍କ ପରାମର୍ଶ କ୍ରମେ ତାଙ୍କୁ ସୁହାଇଲା ଭଳି ବେଆଇନ୍ ଭାବେ ଧଳା ଇରେଜ ମାରି ପୁଣି ଲେଖା ଯାଉଥିବା ଜଣାପଡିଛି।
ସେହିପରି ଜନୈକ ବ୍ୟକ୍ତି ନିୟମ ଅନୁସାରେ ଗୋଟିଏ ପୁରା ଜମିକୁ ଦୁଇ ଭାଗରେ କ୍ରୟ କରି ୧୧୮୭/୨୦୨୬ କେସ୍ ନମ୍ବର ରେ ଯଶପଡା ଆର୍ ଆଇ ଙ୍କ ସୁପାରିଶ ରେ ପଟ୍ଟା ପାଇଁ ଆବେଦନ କରିଥିଲେ ହେଁ ତହସିଲଦାର ଉଦ୍ଦେଶ୍ୟ ମୁଳକ ଭାବେ ବିଭିନ୍ନ ଆଳରେ ପଟ୍ଟା କରାଇ ଦେଉନଥିବା ଅଭିଯୋଗ ହୋଇଛି। ଜନସାଧାରଣଙ୍କ ହିତ ଦୃଷ୍ଟିରୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
