ପୁରୀ,୪/୧୧/୨୦୨୪ (ଓଡ଼ିଶା ସମାଚାର)-ରବିବାର ସାମନ୍ତ ଚନ୍ଦ୍ରଶେଖର ଉଦ୍ଭିଦ ବିଜ୍ଞାନୀ ସଂଘର ୩ୟ ବାର୍ଷିକ ସମ୍ମେଳନ ଉତ୍ସବ ୨୯୨୪ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବଦ୍ୟାଳୟ, ପୁରୀ ଉଦ୍ଭିଦ ବିଜ୍ଞାନ ବିଭାଗ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ପ୍ରାଧ୍ୟାପକ ଡ଼ଃ. ପ୍ରଦୀପ କୁମାର ଚାନ୍ଦ (ପୂର୍ବତନ କୁଳପତି, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାୟ, ବାରିପଦା), ମୂଖ୍ୟ ବକ୍ତା ପ୍ରାଧ୍ୟାପକ ଡ଼ଃ. ଦିନବନ୍ଧୁ ସାହୁ (ବିଭାଗ ମୂଖ୍ୟ, ଉଦ୍ଭିଦ ବିଜ୍ଞାନ ବିଭାଗ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ) ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ, ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟ, ପୁରୀ ଯୋଗ ଦେଇଥିଲେ। ଉଦ୍ଭିଦ ବିଜ୍ଞାନୀ ସଂଘ ର ଯୁଗ୍ମ ସମ୍ପାଦକ ଡ଼ଃ. ବିଭୁତି ଭୁଷଣ ଚମ୍ପତ୍ତି ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ ଏବଂ ସଂଘ ର ସଭାପତି ପ୍ରାଧ୍ୟାପକ ଡ଼ଃ. ବାମନ ଚନ୍ଦ୍ର ଆଚାର୍ଯ୍ୟ ସଭା କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ । ସଂଘର ଉପସଭାପତି ଡ଼ଃ. ଗୁରୁ ଚରଣ ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସଂଘର ସାଧାରଣ ସଂପାଦକ ଶ୍ରୀ ଉଦୟ ଶଙ୍କର ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବରେ ପ୍ରାଧ୍ୟାପକ ଡ଼ଃ. ପ୍ରଦୀପ କୁମାର ଚାନ୍ଦ ଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ, ପ୍ରାଧ୍ୟାପକ ଡ଼ଃ. ବିନବନ୍ଧୁ ସାହୁ ଏବଂ ଡ଼ଃ. ନିଖିଳ ଚନ୍ଦ୍ର ପ୍ରଧାନଙ୍କୁ ବରିଷ୍ଠ ବୈଜ୍ଞାନିକ ସମ୍ମାନ, ଶ୍ରୀ ଉଦୟ ଶଙ୍କର ଆଚାର୍ଯ୍ୟ, ଡ଼ଃ. ମହମ୍ମଦ ଅନ୍ ୱାର ହୁସେନ, ଡ଼ଃ. ଅଖିଳ ଚନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଆଶୋକ କୁମାର ପୃଷ୍ଟି ଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ, ଡ଼ଃ. ପ୍ରଦିପ କୁମାର ରଥ ଏବଂ ଡ଼ଃ. ଗୌରାଙ୍ଗ ଚରଣ ସ୍ୱାଇଁ ଙ୍କୁ ପରିବେଶ କ୍ଷେତ୍ର ରେ ଶ୍ରେଷ୍ଠ ଅବଦାନ ପାଇଁ ସମ୍ମାନ, ଶ୍ରୀ ଗଦାଧର ମିଶ୍ର ଙ୍କୁ ବରିଷ୍ଠ ଛାତ୍ର ସମ୍ମାନ ଏବଂ ଡ଼ଃ. ବଳରାମ ମହାପାତ୍ର ଙ୍କୁ ଉଦୀୟମାନ ଯୁବ ବୈଜ୍ଞାନିକ ସମ୍ମାନ ରେ ବିଭୂଷିତ କରଯାଇଥିଲା। ଓଡିଶା ର ବିଭିନ୍ନ ବିଦ୍ୟାଳୟର ରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଶ୍ରୀ ପ୍ରଭୁ ଦତ୍ତ ସାମନ୍ତରାୟ, ତାନିଶା ପରିଡ଼ା, ମନୋରଞ୍ଜନ ମହାପାତ୍ର, ପୂର୍ଣ୍ଣପ୍ରଭା ଓଝା, ସୁଦିପା ପ୍ରଧାନ, ଗୋକୁଳ ନାୟକ, ପ୍ରବୀଣ ପାଣିଗ୍ରାହୀ, ସ୍ତୁତି ମିଶ୍ର, ରୋଷ୍ନି ତ୍ରିପାଠୀ ଏବଂ ପ୍ରଭୁପାଦ ମିଶ୍ର ସମ୍ମାନିତ ହୋଇଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗର ଶ୍ରେଷ୍ଠ ବୈଜ୍ଞାନିକ ବିଶ୍ଳେଷଣ ସମ୍ମାନ ସ୍ମିତା ରାଣୀ ସେଠୀ ଏବଂ ଆଦ୍ୟାଶା ପାଢ଼ୀ ଙ୍କୁ ପ୍ରଦାନ କରାଯିବା ସହ ୨୦୨୪ ଶିକ୍ଷା ବର୍ଷ ରେ ବିଭାଗର ଶ୍ରେଷ୍ଠ ବିଦ୍ୟାର୍ଥୀ ସମ୍ମାନ ପ୍ରଭାତ ରଞ୍ଜନ ସାହୁ ଏବଂ ପ୍ରଜ୍ଞା ପରୀମିତା ପ୍ରଧନ ଙ୍କୁ ପ୍ରଧାନ କରଯାଇଥିଲା। ସଭାରେ ଅନ୍ୟୂନ ୫୦-୬୦ ଜଣ ପୁରାତନ ବିଦ୍ୟାର୍ଥୀ ଏବଂ ବର୍ତ୍ତମାନ ର ବିଦ୍ୟାର୍ଥୀ ତଥା ଶିକ୍ଷକ ଏବଂ କର୍ମଚାରୀ ଯୋଗ ଦେଇଥିଲେ। ଏଥିରେ ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଥମ ଶିକ୍ଷା ବର୍ଷ ୧୯୬୮-୭୦ ମସିହା ଠାରୁ ଆରମ୍ଭ କରି ୨୦୨୫ ଶିକ୍ଷା ବର୍ଷ ର ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲା। ସଭାରେ ବରିଷ୍ଠ ଶିକ୍ଷକ ଡ଼. ଅଭିମନ୍ୟୁ ଭୂୟାଁ, ବରିଷ୍ଠ ବୈଜ୍ଞାନିକ ଡଃ. ଚନ୍ଦ୍ରଶେଖର ମହାନ୍ତି ଓ ଡ଼ଃ. ସତ୍ୟନାରାୟଣ ସେଠୀ, ବରିଷ୍ଠ ପୁରାତନ ବିଦ୍ୟାର୍ଥୀ ମୀରା ବାଳା ଦେବୀ, ସଂଯୁବାଳା ଦେବୀ, ଡ଼ଃ. ଅଭିମନ୍ୟୁ ଭୂୟାଁ, ଡ଼ଃ. ହରି ହର ପ୍ରସାଦ ଦାସ, ଶ୍ରୀ ସନ୍ତୋଷ କୁମାର ଚୌଧୁରୀ ଆଦି ଙ୍କ ସହିତ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଏବଂ ଅଧ୍ୟାପିକା ବୃନ୍ଦ ଯଥା ଡ଼ଃ. ସନ୍ଦିପନା ମିଶ୍ର, ଶ୍ରୀ ଚିନ୍ମୟ କାଣ୍ଡୀ, ଶ୍ରୀମତୀ ନିବେଦିତା ନାୟକ, ଶ୍ରୀମତୀ ମିନତୀ ଦେଶୀନାୟକ ଉପସ୍ଥିତ ଥିଲେ। ସଭାର ଦ୍ୱିତୀୟ ସତ୍ର ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ସହ ପୁରାତନ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରଯାଇଥିଲା। ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ସଂଘ ର କୋଷାଧ୍ୟକ୍ଷ ଶ୍ରୀ ଆଶୋକ କୁମାର ପୃଷ୍ଠି ଏବଂ ସଦସ୍ୟା ଶ୍ରୀମତୀ ଲିପ୍ସା ଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ ସହ ସଭା ସାଙ୍ଗ ହୋଇଥିଲା।