ଶାଳିଆ ଜଳସେଚନ ବିଭାଗ ତରଫରୁ ସ୍ୱାଧୀନତା ଦିବସ ପାଳନ

ବାଣପୁର,୧୮/୮/୨୦୨୪ (ଓଡ଼ିଶା ସମାଚାର)- ଦେଶ ତମାମ  ୭୮ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବାଣପୁର ରେ ଥିବା ଶାଳିଆ ଜଳସେଚନ ବିଭାଗ ଏହି ଉତ୍ସବ ପାଳନ କରିଥିଲେ । ଶାଳିଆ ଉପଖଣ୍ଡ ଯନ୍ତ୍ରୀ ସୁରେନ୍ଦ୍ର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ଏହି ଉତ୍ସବ ରେ ମା ଟିକିରାଈ ଏମ ଇ ସ୍କୁଲ ପିଲାମାନେ ଓ ସ୍କୁଲ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ତତ ସହିତ ଶାଳିଆ ଜଳସେଚନ ର କର୍ମକର୍ତ୍ତା, ଠିକାଦାର ଓ ଚିଲିକା ରିପୋଟର୍ସ ଆସୋସିଏସନ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।ଏହି ଉତ୍ସବ ରେ ସୁରେନ୍ଦ୍ର ସାହୁ ଦେଶର ବୀର ମାନଙ୍କ ବୀର କଥା ଓ ଦେଶ ସ୍ୱାଧୀନ ହବା ପାଇଁ ଯୋଉଁ ମାନେ  ସବୁ ବଳିଦାନ ଦେଇଥିଲେ ଓ ଆମ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ କଷ୍ଟ ସାଧ୍ୟ ଲଢେଇ ଉପରେ ଅଭିଭାଷଣ ଦେଇ ସ୍କୁଲ ପିଲାଙ୍କୁ ଉଦ୍ଧବୋଧନ କରିଥଲେ । ମା ଟିକିରାଈ ସ୍କୁଲ ର  ପିଲା ମାନଙ୍କୁ ବିଭିନ୍ନ ବିଭାଗ ରେ ସେମାନଙ୍କ ର କୃତିତ୍ୱ ପାଇଁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ  ସାମ୍ବାଦିକ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।ଏହି ଉତ୍ସବ ରେ ସହଯୋଗୀ ଯନ୍ତ୍ରୀ ମନୋଜ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଲଷ୍ମୀପ୍ରିୟା ପୃଷ୍ଟି, ପାଣି ପଞ୍ଚାୟତ ର ସମ୍ପାଦକ ବିଷ୍ଣୁ ଦାସ, ସନ୍ତୋଷ ଚୌଧୁରୀ ଓ ଅନ୍ୟାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *