ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନର ଅନ୍ତେବାସୀଙ୍କୁ ଫଳ ବଣ୍ଟନ

ବ୍ରହ୍ମପୁର, ୧୮/୮/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ୭୮ତମ ସ୍ବାଧୀନତା ଦିବସ ଅବସରରେ ଗୁରୁଜୀ ଶ୍ରୀ ଶ୍ରୀ କ୍ରିଷ୍ଣା ଭାୟାଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସବୁ ବର୍ଷ ପରି ଚଳିତ ବର୍ଷଧ୍ୟ ବିଭିନ୍ନ ଅନୁଷ୍ଠାନରେ ଫଳ ବଣ୍ଟନ କରାଯାଇଥିଲା । ପ୍ରଥମେ ସ୍ଥାନୀୟ ଆମ୍ବପୁଆ ସ୍ଥିତ ହେଲେନ କେଲର ମୁକ ବଧିର ବିଦ୍ୟାଳୟର ୧୩୫ଜଣ ସ୍କୁଲ ଅନ୍ତେବାସୀଙ୍କୁ ସେବା ସଂସ୍ଥାନ ତରଫରୁ ବିସ୍କୁଟ, ପାଉଁରୁଟି ଓ ଫଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ଓ ପ୍ରଧାନଶିକ୍ଷକ ବାଉରି ବନ୍ଧୁ ନାୟକଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଥିଲା। ପରେ ପରେ ଅନ୍ଧ ପସରା ରୋଡ ସ୍ଥିତ ରେଡକ୍ରସ ଦୃଷ୍ଟିହୀନ ବାଳିକା ବିଦ୍ୟାଳୟର ୯୦ଜଣ ଅନ୍ତେବାସୀ, ଆମ୍ବଗଡ ସ୍ଥିତ ଜରାଶ୍ରମର ୨୫ଜଣ ଅନ୍ତେବାସୀ ଓ ଖାଲାସାହି ସ୍ଥିତ ଅର୍ଫନ ହୋମର ୭୦ଜଣ ଅନ୍ତେବାସୀଙ୍କୁ ବିସ୍କୁଟ, ପାଉଁରୁଟି ଓ ଫଳ ବଣ୍ଟନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ସେବା ସସ୍ଥାନର ସନ୍ତୋଷ ମହାନ୍ତି, ପ୍ରକାଶ ବେହେରା, ଣ୍ରୀହରି ଦାସ, ପ୍ରକାଶ ବେହେରା, ଦ୍ବାରିକା ମହାନ୍ତି, ସମିର ମହାନ୍ତି, ସନ୍ଦୀପ ପାଣିଗ୍ରାହୀ, ଗଣେଷ ପ୍ରଧାନ, ବିଭୁତି ପାଣିଗ୍ରାହୀ, ତପନ, ଚନ୍ଦନ, କୋକନ, ପୁଷ୍ପାଞ୍ଜଳି ପ୍ରଧାନ, ଗୀତା ମହାନ୍ତି, ସଂଗୀତା ମହାନ୍ତି, ଅଞ୍ଜୁ ମହାନ୍ତି, ଲଳିତାଙ୍କ ସମେତ ସମସ୍ତ ଗୁରୁ ଭାଇଭଉଣୀ ମାନେ ସକ୍ରିୟ ଅଂଶଗ୍ରହଣ କରିବା ସହ ଗୁରୁଜୀଙ୍କ କୃପା ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *