ସାଲେପୁର,୧୩/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )ପଟ୍ଟାମୁଣ୍ଡାଇ କେନାଲରେ ଗାଧୋଉ ଥିବାବେଳେ ଜଣେ ନବମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ରୀ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି।
ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ସାଲେପୁର ବ୍ଲକ ନରଦା ଗ୍ରାମ ନିକଟରେ। କେନାଲ ପାଣିରେ ନିଖୋଜ ନବମ ଶ୍ରେଣୀ ଛାତ୍ରୀ ଜଣକ ହେଲେ ପ୍ରହଲ୍ଲାଦ ସ୍ବାଇଁଙ୍କ କନ୍ୟା ସୁଚିତ୍ରା। ଗାଧୋଉଥିବା ବେଳେ ସୁଚିତ୍ରାଙ୍କ ଗୋଡ଼ ଖସି ଯାଇଥିଲା। କେନାଲରେ ଭରପୁର ପାଣି ଥିବାରୁ ସେ ଭାଷି ଯାଇଥିଲେ।
ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍ ଓ ପୋଲିସ ଖୋଜାଖୋଜି ଜାରି ରଖିଥିବା ବେଳେ ସୁଚିତ୍ରାଙ୍କ ପତ୍ତା ମିଳିପାରି ନାହିଁ।
