ଜଗତସିଂହପୁର ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ।

ଜଗତସିଂହପୁର, ୨୮/୦୨/୨୦୨୫ (ଓଡ଼ିଶା ସମାଚାର)-ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା ମେଳା ପୁନଙ୍ଗ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଜଗତସିଂହପୁର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ,ସମ୍ମାନନୀୟ  ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ ଭୋଇ,  ମୁଖ୍ୟବକ୍ତା ଭାବେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଅନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର ଏବଂ ଶ୍ରୀମତୀ ରାଜ୍ୟଶ୍ରୀ ସାହୁ, ଜିଲ୍ଲା ଶୈକ୍ଷିକ ସଂଯୋଜକ ଶ୍ରୀ ତପନ କୁମାର ନନ୍ଦ ପ୍ରମୁଖ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷାକ୍ଷେତ୍ରରେ ନିପୁଣତା ହାସଲ କରିବା ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସ୍ଥାନୀୟ ପ୍ରୟୋଗଶାଳା  ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ମାନେ ନିପୁଣ ଓଡ଼ିଶା ସଙ୍ଗୀତ ଗାନ କରିଥିଲେ । ଏହାପରେ ଶିକ୍ଷକ ପ୍ରଶିକ୍ଷିକା ତପସ୍ଵିନୀ ମହାପାତ୍ର ନିପୁଣ ଓଡ଼ିଶା ଶପଥ ପାଠ କରାଇଥିଲେ । ଜିଲ୍ଲା ସ୍ତରୀୟ ଏହି ନିପୁଣ ମେଳା ରେ ବିଭିନ୍ନ ବ୍ଲକର ବଛାବଛା ୪୦ ଟି ବିଦ୍ୟାଳୟର ଅଭିନବ ଶିକ୍ଷଣ ସାମଗ୍ରୀ ଗୁଡିକ ପ୍ରଦର୍ଶିତ ହୋଇ ଥିଲା । ଏହି ମେଳା  ରେ ତିନୋଟି ଶିକ୍ଷଣ କେନ୍ଦ୍ରରେ ବିବିଧ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷାର୍ଥୀ, ଅଭିଭାବକ ଏବଂ ଶିକ୍ଷକ ମାନଙ୍କ ଜାଣିବା ପାଇଁ  ଉପାଦେୟ ବିଷୟ ରହିଥିଲା ।

କାର୍ଯ୍ୟକଳାପ ଷ୍ଟଲ ରେ କାହାଣୀ କହିବା, କଣ୍ଢେଇ ନାଚ, ଗଣିତ କୁଇଜ, ଅଭିନବ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ ଷ୍ଟଲ ରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଧାରିତ ସ୍ୱଳ୍ପ ମୂଲ୍ୟ ଓ ବିନା ମୂଲ୍ୟର ଶିକ୍ଷଣ ସାମଗ୍ରୀ, ପାଠ ଯୋଜନା ତଥା ଆଲୋଚନା ଚକ୍ର ରେ ସର୍ବଶ୍ରେଷ୍ଠ ବିଦ୍ୟାଳୟ ପାଈଁ ମୋ ପରିକଳ୍ପନା ଶୀର୍ଷକ ଆଧାରରେ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷକ ପ୍ରଶିକ୍ଷକ, ଶିକ୍ଷାବିତ ଓ ସ୍ଥାନୀୟ ଅଭିଭାବକ ମାନଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା ।

ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, ଫୁଲବାଣୀର ସହକାରୀ ପ୍ରାଧ୍ୟାପକ ମନୋଜ କୁମାର ଲେଙ୍କା, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଗୋପବନ୍ଧୁ ନାୟକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଣ୍ଡାସାହିର ସ୍ବାସ୍ଥ୍ୟ ଅଧିକାରୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମୁଲ୍ୟବାନ ପରାମର୍ଶ ଦେଇଥିଲେ ।  ଏହାସହିତ ଜାତୀୟ ବିଜ୍ଞାନ ଦିବସ ଅବସରରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଜଗତସିଂହପୁର ତରଫରୁ ଆୟୋଜିତ ଗଣିତ ଓ ବିଜ୍ଞାନ ମେଳାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

        ଜିଲ୍ଲା ସ୍ତରୀୟ ଏହି ନିପୁଣ ଓଡ଼ିଶା ମେଳାରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ସ୍ମିତଶ୍ରୀ ବିଶ୍ବାଳ ଅତିଥି ମାନଙ୍କର ପରିଚୟ ପ୍ରଦାନ, ସ୍ବାଗତ ଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପୁଷ୍ପଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଉଦଯାପନୀ ଉତ୍ସବ ରେ ବରିଷ୍ଠ ଶିକ୍ଷକ ତୁଳସୀ ପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୃତୀ ଶିକ୍ଷକ ଅଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ପୁର୍ନେନ୍ଦୁ କୁମାର ଗିରି ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିବେଦିତା ଜେନା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏଥିରେ ଜଗତସିଂହପୁର ବ୍ଲକ ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ବିଭିନ୍ନ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମସ୍ତ ଶିକ୍ଷକ ପ୍ରଶିକ୍ଷକ, ଗୁରୁ ଛାତ୍ରଛାତ୍ରୀ ତଥା ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *