ଭୁବନ,୦୪/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନ ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ତରଫରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଭୁବନ ଗୋଷ୍ଠୀ ଶିକ୍ଷାଧିକାରୀ ଅଦୈତ୍ୟ ପ୍ରସାଦ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ମାନେ ଅକ୍ଷମ ନୁହନ୍ତି,ଆଜିର ସମାଜରେ ସେମାନେ ନିଜେ ନିଜକୁ ପ୍ରତିଷ୍ଠା କରିପାରୁଛନ୍ତି ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି। ଦିବ୍ୟାଙ୍ଗ ମାନଙ୍କୁ ସମବେଦନା ନୁହେଁ ସହଯୋଗ ଦରକାର ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଵିଆରସି ରାଜଲକ୍ଷ୍ମୀ ଟୁଡୁ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁମତି ପ୍ରଧାନ,ପୁଷ୍ପାଞ୍ଜଳି ମିଶ୍ର ଏବଂ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ଦୃଷ୍ଟି ବାଧିତ ଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ ରାଉତ ନିଜ ଟ୍ରଷ୍ଟ ପକ୍ଷରୁ ୧୦୦ ଜଣ ଭିନ୍ନକ୍ଷମଙ୍କୁ କମ୍ବଳ ବଣ୍ଟନ କରିବା ସହିତ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଗତ ମାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତରୁ ଅଧିକ ନମ୍ୱର୍ ରଖିଥିବା ୩ ଜଣ ଛାତ୍ର ପୁରସ୍କୃତ କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଉପକରଣ ବଣ୍ଟନ କରାଯାଇଥିଲା। ପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବି ଆର ଟି କଳ୍ପନା ସାହୁ,ସୁମିତ୍ରା ପଣ୍ଡା, ଅନ୍ତର୍ନିବେଶୀ ଶିକ୍ଷା ସ୍ବେଛାସେବୀ ପ୍ରହଲ୍ଲାଦ ସାହୁ, ଶ୍ରୀଭୁ ପ୍ରସାଦ ବିଶ୍ବାଳ,ଦିବାକର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ସି ଆର୍ ସି ଏବଂ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।
ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ତରଫରୁ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ
