ନେମାଳ ବିଜେପି ମଣ୍ଡଳ ପକ୍ଷରୁ ହର ଘର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି,୧୪/୦୮/୨୦୨୬(ଓଡିଶା ସମାଚାର /ଅଭୟ ଜେନା)କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେମାଳ ମଣ୍ଡଳ ପକ୍ଷରୁ  ଗୋପୀନାଥପୁର ଠାରୁ ଜନାର୍ଦ୍ଦନ ପୁର ପର୍ଯ୍ୟନ୍ତ ହରଘରତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ବିଜେପି ନେମାଳ ମଣ୍ଡଳ  ସଭାପତି  ମୀନକେତନ ମହାନ୍ତି ଙ୍କ ତତ୍ୱାବଧାନ ରେ ହର ଘର ତ୍ରିରଙ୍ଗା ପଦଯାତ୍ରା ସହିଦ ଶିବପ୍ରସାଦ ପଣ୍ଡା ଙ୍କ ଷ୍ଟାଚ୍ୟୁ ନିକଟରୁ ଆରମ୍ଭ ହୋଇ ଜନାର୍ଦ୍ଦନ ପୁର ସହିଦ ଗୋପୀନାଥ ମହାରଣା ଙ୍କ ଷ୍ଟାଚ୍ୟୁ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ସହିଦ ଶିବ ପ୍ରସାଦଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ବିଜେପି କର୍ମକର୍ତ୍ତା ଓ କର୍ମୀ ମାନେ ତ୍ରିରଙ୍ଗା ଜାତୀୟ ପତାକା ଧାରଣ କରି, ବିଭିନ୍ନ ଦେଶାତ୍ମ ବୋଧକ ସ୍ଲୋଗାନ ଦେଇ ସହିଦ ଗୋପୀନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପୂଜାର୍ଚନା କରାଯାଇଥିଲା ।

 ଶତାଧିକ କର୍ମୀ, ନେତୃ ମଣ୍ଡଳୀ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏଥିରେ ଜନାର୍ଦ୍ଦନପୁର ସରପଞ୍ଚ ବିଶ୍ୱ ଭୂଷଣ ନାୟକ, କଳମିଶ୍ରି ସରପଞ୍ଚ ଅନନ୍ତ କର, ସମିତି ସଭ୍ୟ ରଞ୍ଜନ ବେହେରା, ରଞ୍ଜନ ନନ୍ଦ, ରଘୁନାଥ ବେହେରା,ପ୍ରମୋଦ ବେହେରା ପ୍ରମୁଖ ପଦଯାତ୍ରାର ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *