ବନ୍ଧୁକ ଦେଖାଇଲୁଟ କରି ପଳାଉ ଥିବା ଦୁଇ ଲୁଟେରା ଙ୍କୁ କାବୁକଲା ପୋଲିସ

ସାଲେପୁର, ୧୨/୦୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-କଟକ ଚାନ୍ଦବାଲି ସଡ଼କ ର ନନ୍ଦୋଳ ଗଡା ନିକଟରେ ଏକ ପିକଅପ ଭ୍ୟାନ ରେ କେନ୍ଦ୍ରାପଡ଼ା ର ଜନୈକ ବ୍ୟବସାୟୀ କଟକ ଅଭିମୁଖେ ଯାଉଥିବା ବେଳେ ଏକ ବାଇକ ଯୋଗେ ଆସି ଚାରି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୬୦ ହଜାର ଟଙ୍କା ଲୁଟିନେଲେ ପଳାଇ ଥିଲେ । ଖବର ପାଇ ସାଲେପୁର ପୋଲିସ ଦୁର୍ବୃତ୍ତ ଙ୍କ ପିଛା କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଲୁଟେରା ବାଇକରେ କେନାଲ ବନ୍ଧ ରାସ୍ତାରେ ଆସି କୋଲଣ ପୁର ଚିତ୍ରୋତ୍ପଳା ନଦୀ ପଠା କୁ ପଳାଇଥିଲେ । ପୋଲିସ ସେମାନଙ୍କ ପିଛା କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଦୁର୍ବୃତ୍ତ ମାନେ ପୋଲିସ ହେପାଜତ ରେ ଥିବା ଜଣାପଡିଛି । ଧରାପଡ଼ିଥିବା ଦୁଇ ଦୁର୍ବୃତଙ୍କ ପରିଚୟ ବର୍ତମାନ ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *