ମାଲକାନଗିରି/ ଭୁବନେଶ୍ୱର, ୦୪/୧୨/୨୦୨୪ (ଓଡ଼ିଶା ସମାଚାର)- ଆଜି (ବୁଧବାର) ସକାଳ ୭ଟା ୨୮ ମିନିଟରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଖୁବ୍ କମ ସମୟ ପାଇଁ ଝଟକା ଅନୁଭୂତ ହୋଇଥିଲା। ପ୍ରାୟ ପାଞ୍ଚ ରୁ ସାତ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ଝଟ୍କା ଅନୁଭୂତ କରିବାପରେ ଲୋକେ ଭୟଭିତ ହେବା ସହ କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ତେବେ କୌଣସି କ୍ଷୟକ୍ଷତି ହୋଇନାହିଁ । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ମିଳି ନାହିଁ ।