ବାର ଆସୋସିଏସନର କୋଷାଧ୍ୟକ୍ଷ ଚିନ୍ମୟ ପ୍ରତାପଙ୍କ ବିୟୋଗରେ ଶୋକ

ଚଣ୍ଡିଖୋଲ, ୩/୮/୨୦୨୪ (ଓଡ଼ିଶା ସମାଚାର)- ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନର କୋଷାଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବି ଚିନ୍ମୟ ପ୍ରତାପଙ୍କ ବିୟୋଗରେ ବାର ଆସୋସିଏସନ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି. । ସ୍ୱର୍ଗତ ପ୍ରତାପ ବାର ଆସୋସିଏସନର ପଞ୍ଚମ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ ଜଣେ ସଫଳ ଆଇନଜୀବି ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ. । ଘଟଣା କ୍ରମେ ଗତ କାଲି କୋର୍ଟ କାର୍ୟ୍ୟ ସାରି ଘରକୁ ଯାଇ ସନ୍ଧ୍ୟା ୭ଟା ସମୟରେ ହଠାତ ହୃଦଘାତର ଶିକାର ହୋଇଥିଲେ. । ସଙ୍ଗେ ସଙ୍ଗେ ପରିବାର ଲୋକ ସ୍ଥାନୀୟ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଅବସ୍ଥା ଜଟିଳ ହେବାରୁ କଟକ ସ୍ଥାନାତିରିତ କରାଯାଇଥିଲା । ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. । ଉକ୍ତ ଖବର ପ୍ରଚାରିତ ହେବାପରେ ଚଣ୍ଡିଖୋଲ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା ଓ ସ୍ୱର୍ଗତ ପ୍ରତାପଙ୍କ ବଡ଼ଚଣା ସ୍ଥିତ ବାସଭବନରେ ଚଣ୍ଡିଖୋଲ ବାର ଆସୋସିଏସନର କର୍ମକର୍ତ୍ତା ସମେତ ବହୁ ଜନ ପ୍ରତିନିଧି, ବୁଦ୍ଧିଜୀବି ଓ ସାଧାରଣ ଲୋକ ଶେଷ ଦର୍ଶନ କରିଥିଲେ. । ବାର ଆସୋସିଏସନର ସଭାପତି, ସମ୍ପାଦକ ଓ ବହୁ ଆଇନଜୀବି ଉପସ୍ଥିତ ରହିଥିଲେ. । ସକାଳ ୭ଘଟିକା ସମୟରେ ମରଶରିକକୁ ଏକ ଶୋଭାଯାତ୍ରାରେ ଆଣି କୋର୍ଟ ପରିସରରେ ବରିଷ୍ଠ ବିଚାରପତି ବିଶ୍ୱଦୀପକ ସାହୁ, କନିଷ୍ଠ ବିଚାରପତି ପରବିନ ମଣ୍ଡଳ ଓ ଶ୍ରୁତି ଅଭିଲିପ୍ସା ଙ୍କ ସମେତ ବାର ଆସୋସିଏସନର ସମସ୍ତ ଆଇନଜୀବି ଓ କୋର୍ଟ କର୍ମଚାରୀ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ସେଠାରେ ଭାବଵିୱଳ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ପରେ ମରଶରୀରକୁ ଚଣ୍ଡିଖୋଲ ବଜାର ଓ ଧାନମଣ୍ଡଳ ବଜାର ଓ ଦର୍ପଣ ତହସିଲ ପକ୍ଷରୁ ଅତିରିକ୍ତ ତହସିଲଦାର ଡଲିମଣି ଟୁଡୁ ସହିତ କର୍ମଚାରୀ ମାନେ ଓ ଡିସପି ଉମାକାନ୍ତ ନାୟକ ଯୋଗ ଦେଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।.ଶେଷରେ ବେଦିହୁଡ଼ା ଶ୍ମସାନରେ ଅନ୍ତିମ ସଂସ୍କାର କରାଯାଇଥିଲା. । ଆଜି ମଧ୍ୟାହ୍ନରେ ବାର ଆସୋସିଏସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା. । ବାର ଆସୋସିଏସନର ସଭାପତି ଦେବରାଜ ବେହେରାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରକାଶ ଦାଶ ପାରମ୍ଭିକ ସୂଚନା ପ୍ରଦାନ କରିଥିଲେ. ୍ଧ ଉକ୍ତ ଶୋକସଭାରେ କୋର୍ଟ ର ସମସ୍ତ ବିଚାରପତି ଙ୍କ ସମେତ ଆଇନଜୀବି ଶରତ କୁମାର ଷଢ଼ଙ୍ଗୀ, ପ୍ରତାପ ଦାସ, ଶ୍ରୀକାନ୍ତ ବଳ, ଧ୍ରୁବ ଚରଣ ବେହେରା,ଜନ ବେହେରା, ରେଣୁବାଳା ମହାନ୍ତି, ଉଦୟନାଥ ସାହୁ,ସୁରେଶ ପଣ୍ଡା, ରମେଶ ଚନ୍ଦ୍ର ନାୟକ, ଜିତେନ୍ ତ୍ରିପାଠୀ,ଶରତ ବଳ, ପ୍ରେମାନନ୍ଦ ବେହେରା, ରାମଚନ୍ଦ୍ର ତ୍ରିପାଠୀ,ମନ୍ମଥ ବଳ,ସମ୍ବିତ ମହାପାତ୍ର, ଆଶିଷ ମହାପାତ୍ର,ନଳିନୀ ମିଶ୍ର,କୌଳାଶ ସାମଲ,ପବିତ୍ର କର, ରମେଶ ନନ୍ଦ, ବିନୋଦ ରଥ,ଶଶାଙ୍କ ଶତପଥୀ,ସୁବ୍ରତ ସ୍ୱାଇଁ, ଜ୍ୟୋତି ଶଙ୍କର ମହାପାତ୍ର, ପିନାକୀ ପ୍ରଧାନ,ତରୁଣ ବିଶ୍ୱାଳ, ବିରେନ ବିଶ୍ୱାଳ, ବିଜୟ ରାହୁଳ, ମହେନ୍ଦ୍ର ମହାନ୍ତି, ଲୋମାରାଣୀ ନାୟକ, ଦେବଯାନୀ ପଣ୍ଡା, ଫାଲଗୁନି ବିଶ୍ୱାଳ, ରଞ୍ଜନ ଦାସ, ଲକ୍ଷ୍ମୀଧର ମହାନ୍ତି, ରବୀନ୍ଦ୍ର ମଲ୍ଲିକ,ସୁଢଳ କବି,ନିରଞ୍ଜନ ସାମଲ,ଦୀନବନ୍ଧୁ ନାୟକ, କୁମର ନାୟକ, କିଶୋର ନାୟକ, ନିଗମାନନ୍ଦ ପାତ୍ର, ସ୍ନେହାମୟୀ ଜେନା,ବିଶ୍ୱଜିତ ବେହେରା, ଚନ୍ମମୟୀ ସ୍ୱାଇଁ, ବିରଞ୍ଚି ଆଚାର୍ୟ୍ୟ, ରୋଜାଲିନ ସାହୁ, ସୁବାଷ ବଳ, ଜ୍ଞାନେସ ମହାନ୍ତି, ପରମାନନ୍ଦ ସାହୁ, ଅଶୋକ ଜେନା,ପ୍ରଦୀପ୍ତ କର, ଇନ୍ଦ୍ରାଣୀ ଜେନା,ହେମନ୍ତ ମାହାଲା, ଅଜିତ ରାଉତ, ଲକ୍ଷ୍ମୀପ୍ରିୟା କର ଙ୍କ ସମେତ ବହୁ ଆଇନଜୀବି ଯୋଗ ଦେଇଥିଲେ । ଶେଷରେ ଯୁଗ୍ମସମ୍ପାଦକ ଶିରୀଶ ସାମଲ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *