ନିରାକାରପୁର , ୩/୮/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ଅଧୀନସ୍ଥ ଡିଆ ପଞ୍ଚାୟତର ଲଳିତା ପାଟପୁର କ୍ଳଷ୍ଟରର କପିଳେଶ୍ୱର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଦେବୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ଵରେ ଉକ୍ତ ଉତ୍ସବରେ ଟାଙ୍ଗି ବ୍ଳକର ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀଣୀ ଶ୍ରୀମତୀ ସୁଧାଂଶୁ ମଞ୍ଜରୀ ଦେବୀ ମୁଖ୍ୟ ଅତିଥି, କମଳ ଲୋଚନ ପ୍ରଧାନ ମୁଖ୍ଯବକ୍ତା ଓ ସମ୍ମାନୀତ ଅତିଥି ଭାବରେ ଟାଙ୍ଗୀ ବ୍ଲକ୍ ଉପସଭାପତି ଦୂର୍ଗା ପ୍ରସାଦ ନାଥ ଶର୍ମା, ସରପଞ୍ଚ ପ୍ରଶାନ୍ତ ବେହେରା,ଶିକ୍ଷକ ନେତା ପ୍ରସନ୍ନ ଶ୍ରୀଚନ୍ଦନ, ସନ୍ତୋଷ ବେହେରା,ଶିକ୍ଷକ ସଂଘ ସମ୍ପାଦକ ଅମ୍ଳାନ ପ୍ରହରାଜ , ସଞ୍ଚିତା ମିଶ୍ର, ରେଣୁବାଳା ବେହେରା, ଅପର୍ତି ଜେନା,ସିଆରସିସି ପଞ୍ଚାନନ ଭୁଜବଳ, ଗୋବିନ୍ଦ ମହାପାତ୍ର, ବିଦ୍ୟାଳୟ ସଭାପତି ପ୍ରତାପ ଦାସ , ପ୍ରଭୃତି ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଦେବୀଙ୍କର ସମୟାନୁବର୍ତ୍ତିତା ଶିକ୍ଷାଦାନର ଅଭିନବ ଶୈଳୀ ସମ୍ପର୍କରେ ଅନେକ ଆଲୋକପାତ କରିଥିଲେ । ଏହି ଉତ୍ସବକୁ ଶିକ୍ଷକ ନିଳାଦ୍ରୀ କୁମାର ସିଂ ପରିଚାଳନା କରିଥିବା ବେଳେ କ୍ଲଷ୍ଟରର ଶିକ୍ଷକ ପ୍ରସନ୍ନ ପଣ୍ଡିତ ସୁଶାନ୍ତ ସ୍ଵାଇଁ,ବିଦ୍ୟାଧର ପ୍ରଧାନ,ମାଳତୀ ପ୍ରତାପ ସିଂ, ସଂଯୁକ୍ତା ସାହୁ,ରେଣୁ ଦେବୀ,ନିବେଦିତା ସାହୁ, ରବି ଭୋଇ ପ୍ରମୂଖ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।ଶିକ୍ଷକ ଅମିତ କୁମାର ଚକ୍ରବର୍ତ୍ତୀ,ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ଯ୍ୟାଳୟର କର୍ମଚାରୀ ରଜତ କୁମାର ଦଳେଇ,ଭବାନୀ ଦାସ ଓ ଜମ୍ବେଶ୍ଵର ସାମନ୍ତରାୟଙ୍କୁ ସେମାନଙ୍କ ବିଶେଷ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଦ୍ୟାଳୟର ସହକାରୀ ଶିକ୍ଷକ ବିଦ୍ୟାଧର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅମର କୁମାର ଜୟସିଂ ଧନ୍ୟବାଦ ପ୍ରଦାନ କରିଥିଲେ ଓ ଶ୍ରୀକାନ୍ତ ମହାପାତ୍ର ମାନପତ୍ର ପାଠ କରିଥିଲେ ।
ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ସହିତ ଅନେକ ଉପଢୌକନ ପ୍ରଦାନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା ।