ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ୱର, ୧୭/୧୧/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇ୍‌ଆରସି) ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କୁ ଓଇ୍‌ଆରସି  ଅଧ୍ୟକ୍ଷ ପଦବିରୁ ଅବ୍ୟାହତି ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ଅବସ୍ଥାପିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଆର୍‌.ବାଲକ୍ରୀଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି  ଦିଆଯାଇଛି । ଆର୍‌. ବାଲକ୍ରୀଷ୍ଣନ ପୂର୍ବ ଭଳି ସ୍ପେଶାଲ ଇନିସିଏଟିଭ୍‌ ମୁଖ୍ୟ ପରାମର୍ଶଦାତା ପଦବିରେ ରହିବେ। ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି । ରାଜ୍ୟ ସରକାର ଶ୍ରୀ ତ୍ରିପାଠୀଙ୍କ ଅନୁରୋଧ କ୍ରମେ ସମସ୍ତ ପ୍ରମୁଖ ପରାମର୍ଶଦାତା ପଦବିରୁ ଅବ୍ୟାହତି ଦେଇଛନ୍ତି।

ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସୁରେଶ ମହାପାତ୍ର ଗତ ଫେବ୍ରୁଆରି ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦବିରୁ ଅବସର ନେଲା ପରେ ମାର୍ଚ୍ଚ ୧ ତାରିଖରେ ଓଇଆରସିର ଅଧ୍ୟକ୍ଷ ପଦବିରେ ନିଯୁକ୍ତ ହୋଇଥିଲେ। ଶ୍ରୀ ମହାପାତ୍ରଙ୍କୁ ଓଇ୍‌ଆରସି  ଅଧ୍ୟକ୍ଷ ପଦବିରୁ ଅବ୍ୟାହତି ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ଅବସ୍ଥାପିତ କରାଯାଇଛି ।

Leave a Reply

Your email address will not be published. Required fields are marked *