ବାଲିଗୁଡା, ୦୨/୦୬/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା ‘ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଠାକୁରାଣୀ ଯାତ୍ରା ମଇ ମାସ ୬ତାରିଖ ଠାରୁ ଆରମ୍ଭ ହୋଇଛି । ଏହା ଚଳିତ ମାସ ୬ ତାରିଖ ଦିନ ଉଦଯାପିତ ହେବ । ଯାତ୍ରା ସରିବାକୁ ଆଉ ମାତ୍ର ୪ଦିନ ବାକି ଥିବା ବେଳେ ଏହି ପରିପ୍ରେକ୍ଷୀରେ ୫ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଟାଉନର ନୀଳଗିରି ଫାର୍ମ ନିକଟସ୍ଥ ଯାତ୍ରା ପଡିଆ ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏ ନେଇ ପ୍ରଥମ ଦିନରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜିଲା ସଭାପତି ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡାର ଦୁଇ ମୁଠା ମୁଖ୍ୟ ଅରୁଣ କୁମାର ପାତ୍ର ଏବଂ ପ୍ରଶାନ୍ତ କୁମାର ପାତ୍ର ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏଥିରେ ପ୍ରଥମ ଦିନରେ ଭୁବନେଶ୍ୱରର ଆରଡିଏକ୍ସ ଡ୍ୟାନ୍ସ ଗ୍ରୁପ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ଦିନରେ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଓ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ପଶ୍ଚିମ ଓଡିଶା ସମ୍ବଲପୁର ଅଞ୍ଚଳ ର ରୁକସୁନା ମେଲୋଡି ପରିବେଷଣ କରି ନିଜ ନିଜର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।
ସେପଟେ ଅଞ୍ଚଳ ବାସୀଙ୍କ ରାତ୍ରୀ କାଳୀନ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଯାତ୍ରା ଅପେରା ରଙ୍ଗ ମହଲ ଏବଂ ଟାଉନ ହଲ ନିକଟରେ ଯାତ୍ରା ଶ୍ରୀ ବିଶ୍ୱ ଦରବାର ନିଜ ନିଜର ନିୟମିତ ଅପେରା କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି । ଏହି ଉତ୍ସବରେ ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, ଉପ ଉପସଭାପତି ଭୀମସେନ ବିନ୍ଧାଣୀ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ସମେତ ସମିତିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ।