କଟକ ସଦର,୨୫/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ ହୁଲିପୁର ର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମା’ ଗରାଶୁଣି ଡ୍ରାମାଟିକ୍ କ୍ଲବ ପକ୍ଷରୁ ଦୁଇଦିନିଆ ମଞ୍ଚ ନାଟକ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇ ଗତକାଲି ଶୁକ୍ରବାର ରାତିରେ ଉଦଯାପିତ ହୋଇଯାଇଛି।

ଏଥିରେ ଦଳମତ ନିର୍ବିଶେଷରେ କ୍ଲବର ସଦସ୍ୟ ମାନେ ଅଭିନୟ କରିଥିବା ଦୁଇଟି ଭିନ୍ନ ସ୍ୱାଦର ନାଟକ’ହା କୃଷ୍ଣ ବୋଲି ଯାଉ ଜୀବ’ ଓ ‘କଟି କଟି ଡବଲ କଟି’ ଦର୍ଶକ ମାନଙ୍କ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇଥିଲା। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ବଵି ଇସଲାମ୍,ନାଟ୍ୟ ନିର୍ଦ୍ଦେଶକ ରବି ମିଶ୍ର,ନାଟ୍ୟ ଗୁରୁ ଅଶୋକ ପଟ୍ଟନାୟକ, ସଙ୍ଗୀତକାର ପୀତବାସ କର ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ପରିଚାଳନାରେ ଗରାଶୁଣି ଗୋଷ୍ଠୀ କେନ୍ଦ୍ରର ସମସ୍ତ ସଦସ୍ୟ ମାନଙ୍କ ସମେତ ଦିଲିପ ମହାନ୍ତି,ଵୁଵୁ ମହାନ୍ତି, ଅବିନାଶ ଆନନ୍ଦ ମହାନ୍ତି, ପ୍ରଦୀପ୍ତ ଦାସ, ଯୁବରାଜ ଶୁଭାଶିଷ ଦେଵ ଓ ଯୁବରାଜ ଆଶୁତୋଷ ଦେଵ ପ୍ରମୁଖ ସହାୟତା କରିଥିଲେ।
