ଭୁବନେଶ୍ୱର, ୧୯/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସୋମବାର ଓଡ଼ିଶା ସଂସ୍କୃତି ଓ ପରମ୍ପରା ପୁନରୁଦ୍ଧାର ସମିତି ତରଫରୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ଜନ୍ମ ତିଥି, ପବିତ୍ର ରକ୍ଷାବନ୍ଧନ ଓ ଗହ୍ମା ପୂର୍ଣ୍ଣିମା ଅବସରରେ ଗୁରୁ କେଳୁଚରଣ ଓଡ଼ିଶୀ ରିସର୍ଚ୍ଚ ସେଂଟର, ଭୁବନେଶ୍ୱର ଠାରେ ରସାବଳି ଦିବସ-୨୦୨୪ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ଆଳି ବିଧାୟକ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ, ସାହିତ୍ୟ ସଂସ୍କୃତି ଓ ପରମ୍ପରା, ଭାଇଚାରା ଉଜ୍ଜୀବିତ କରି ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଆଲୋଚନା କରିବା ସହିତ କେନ୍ଦ୍ରପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନରସାବଳି ମହାପ୍ରଭୁ ବଳଦେବ ଜୀଉଙ୍କର ପାରମ୍ପାରିକ ଭୋଗ ତଥା ଭୌଗୋଳିକ ମାନ୍ୟତା ଲାଭ କରିଥିବା ରସାବଳି କଥା ଉପରେ ଉଲ୍ଲେଖ କରିଥିଲେ । ଏଥିରେ ମାନନୀୟା ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଏହି ଅନୁଷ୍ଠାନର ଉତରୋତର ଉନ୍ନତି କାମନା କରିଥିଲେ । ଡ଼. ଲେଲିନ କୁମାର ମହାନ୍ତି ରସାବଳି ଜି.ଆଇ. ଟ୍ୟାଗ୍ ମାନ୍ୟତା ପାଇବାର ପୂର୍ବ ଓ ପରର ଅନୁଭୁତି ବଖାଣି ଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମୟୀ ମିଶ୍ର ତାଙ୍କ ବକ୍ତବ୍ୟ ମାଧ୍ୟମରେ ଭାଇଚାରା ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ଅତିଥି ତପନ କୁମାର ସ୍ୱାଇଁ, ବିପିନ ବିହାରୀ ବାଙ୍କା, ସୁସ୍ମିତା ଦାଶ, ସୁଚିସ୍ମିତା ପୃଷ୍ଟି, ଆଇନଜିବୀ ଅବନୀ ସାହୁ, ଅଭିନେତ୍ରୀ ବି.ଏମ୍. ବୈଶାଳୀ, ସୋଫିଆ ଆଲମ୍ ଉପସ୍ଥିତ ରହିଥିଲେ । କେନ୍ଦ୍ରାପଡ଼ାର ରସାବଳି କାରିଗର, କଳାକାର, ଲେଖକମାନଙ୍କୁ “ଓଡ଼ିଶା ସଂସ୍କୃତି ଓ ପରମ୍ପରା ସୁରକ୍ଷା ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଓଡ଼ିଶା ସଂସ୍କୃତି ଓ ପରମ୍ପରା ପୁନରୁଦ୍ଧାର ସମିତିର ସଭାପତି ଆଇନଜିବୀ ଜ୍ୟୋସ୍ନାମୟୀ ପରିଡ଼ା ରସାବଳି ୨୦୨୩ର ସଂଘର୍ଷ କାହାଣୀ ସହିତ ବର୍ତମାନ ଭୌଗୋଳିକ ମାନ୍ୟତା ପାଇବା ପରେ କିପରି ଓଡ଼ିଶା ଏବଂ ଓଡ଼ିଶା ବାହାରେ ରସବଳିର ଗୁଣବତା ରକ୍ଷା କରିବା ସହିତ ପାରମ୍ପରିକ ରିତି ନୀତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଉଦ୍ବୋଧନ ଦେଇଥିଲେ । ଏହି ଦିବସର ପ୍ରାରମ୍ଭରେ ଗୋ ମାତା ପୂଜନର କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯାଇଥିଲା । ଓଡ଼ିଶା ସଂସ୍କୃ୍ୟତି ଓ ପରମ୍ପରା ପୁନରୁଦ୍ଧାର ସମିତିର ସମ୍ପାଦିକା ରଶ୍ମିତା ଖଟୁଆଙ୍କ ତତ୍ୱାବଧାନରେ ଉକ୍ତ ଆୟୋଜନଟି ପରିଚାଳିତ ହୋଇଥିଲା । ଏହି ଅବସରରେ କଣ୍ଠଶିଳ୍ପୀ ଡ଼. ଜୟଶ୍ରୀ ଧଳଙ୍କ ଦ୍ୱାରା ରସାବଳି ଉପରେ ଆଧାରିତ ଗୀତଟିକୁ ଗାଇବା ସହିତ ତାଙ୍କ ଅନୁଷ୍ଠାନର କଳାକାରମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । ଓମ୍ ସାଇ ଟ୍ରଷ୍ଟର କର୍ମକର୍ତାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ ।