ଜଣାଶୁଣା କି ବୋର୍ଡ ବାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ଶାରଦା ପ୍ରଶନ୍ନ ସାହୁଙ୍କ ଅକାଳ ବିୟୋଗ, ଶୋକର ଛାୟା

କଟକ ସଦର, ୦୨/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – ରାଜ୍ୟର ଜଣେ ଜଣାଶୁଣା କି-ଵୋର୍ଡ ବାଦକ ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାରଦା ପ୍ରଶନ୍ନ ସାହୁ(୪୯)ଙ୍କର ଆଜି ଶନିବାର ଦିନ କଟକ ବଡ ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସିଏ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମପରାୟଣ ବ୍ୟକ୍ତି ହୋଇଥିବାରୁ ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଫକିରପଡା ଗ୍ରାମ ସହ ରାଜ୍ୟ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟ ସଙ୍ଗୀତ ଜଗତର ଅପୂରଣୀୟ କ୍ଷତି ଘଟିଲା ଵୋଲି ପ୍ରକାଶ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରକ ଵାଵା ଦିବାକର ଦାସ ମହାରାଜ ଆତ୍ମାର ସଦଗତି କାମନା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଭୁବନେଶ୍ୱର ହଂସପାଳ ବାସଭବନକୁ ତାଙ୍କର ଅଗଣିତ ଛାତ୍ରଛାତ୍ରୀଙ୍କ ଶେଷ ଦର୍ଶନ ପାଇଁ ନିଆଯାଇ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିଵ ଵୋଲି ପରିଵାର ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ସ୍ୱର୍ଗତ ସାହୁ ହେଉଛନ୍ତି ଅବିଭକ୍ତ କନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ ସଉରୀ ସାହୁଙ୍କ ନାତି।

Leave a Reply

Your email address will not be published. Required fields are marked *