ବଡ଼ସାହି ୦୫/୦୬/୨୦୨୬ (ଓଡ଼ିଶା ସମାଚାର)- ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧୀନରେ ମେରା ଯୁବା ଭାରତ, ମୟୁରଭଞ୍ଜ ଓ ସଂକଳ୍ପ, କୁଳିଅଣାର ମିଳିତ ଆନୁକୂଲ୍ୟରେ କୋଠାବିଲା ମା ଅମ୍ବିକା ଉଚ୍ଚ ବିଦ୍ୟାଳୟ ଠାରେ କୁଳିଅଣା ବ୍ଲକର ୫୬ ଜଣ ଯୁବ ସ୍ୱେଛାସେବୀମାନଙ୍କୁ ନେଇ ବିଶ୍ୱ ସାଇକେଲ ଦିବସ ୨୦୨୬ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ସକାଳ ୭.୩୦ରୁ ସକାଳ ୮.୩୦ ପର୍ଯ୍ୟନ୍ତ ସ୍ୱେଛାସେବୀମାନଙ୍କ ସହଯୋଗରେ କୋଠାବିଲା ଗାଁରୁ ସାଇକେଲ ରାଲି ବାହାରି ସବୁଜ ଭବିଷ୍ୟତ ଗଠନ ଉପଲକ୍ଷେ ପାଖ ଗାଁ ଅତିକ୍ରମ କରି ମାଧପୁର ଗ୍ରାମରେ ଥିବା ମା ଅମ୍ବିକା ଉଚ୍ଚ ବିଦ୍ୟାଳୟ ଠାରେ ପହଁଚିଥିଲେ । ଅତିଥି ମାନଙ୍କ ଉପସ୍ଥିତିରେ ସ୍ୱେଛାସେବୀମାନେ ବିଦ୍ୟାଳୟ ପରିସର ସଫାସୁତୁରା, ବୃକ୍ଷ ରୋପଣ କାର୍ଯ୍ୟ ସମାପନ କରିଥିଲେ । ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ ବିଦ୍ୟାଳୟ କକ୍ଷରେ ଆୟୋଜିତ ସଭାରେ ସଂକଳ୍ପର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ, ମୁଖ ଅତିଥି ଭାବେ ନୋଧନା ଜି ପି ଏଲ ଏଫର ସଭାନେତ୍ରୀ ଇଛାମଣୀ ମହାନାୟକ ଯୋଗ ଦେଇଥଲେ ।
