ଶ୍ରୀବଟେଶ୍ୱବର ମହାଦେବଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଚୋରୀ

କେନ୍ଦ୍ରାପଡ଼ା,୦୬/୦୪/୨୦୨୪(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର କଚେରୀଡିହ ସ୍ଥିତ ଶ୍ରୀବଟେଶ୍ୱର ମହାଦେବଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଚୋରୀ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ମନ୍ଦିରର ପୂଜକ କାର୍ତିକ ଚନ୍ଦ୍ର ଦାଶଙ୍କ ଅଭିଯୋଗ ଅନୁଯାୟୀ ଶ୍ରୀବଟେଶ୍ୱର ମହାଦେବଙ୍କ ମନ୍ଦିର କବାଟ ଭାଙ୍ଗି ମନ୍ଦିର ଭିତରେ ଥିବା କଂସା ଓ ପିତଳର ବଡ ନୋଟା, ଗଡୁ, ଥାଳି, ଘଂଟି, ଘଂଟା, ଆଳତୀ ଦାନୀ, ଅଭିଷେକପାତ୍ର, ଠାକୁର ଠାକୁରାଣୀଙ୍କର ଚାନ୍ଦିରୂପାର ଗହଣା ଏବଂ ମନ୍ଦିର ନିକଟ ଏକ ଗୃହରେ ଥିବା  ହୁଣ୍ଡି ଓ ଦାନବାକ୍ସ ପ୍ରଭୃତି ଲକ୍ଷାଧିକ ଟଙ୍କାର ଆସବାବପତ୍ର ଶୁକ୍ରବାର ରାତିରେ କେହି ଦୁର୍ବୃତ ଚୋରୀ କରିନେଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଖବର ପାଇ ଘଟଣାସ୍ଥଳରେ ପହଂଚି ସଦର ଥାନା ପୋଲିସ ସହ ଯୋଗାଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *